Home ରାଜ୍ୟମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ସ୍ବତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ-୨୦୨୬ : ମାମଲା ରଫା କରିବାକୁ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆହ୍ୱାନ।

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ସ୍ବତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ-୨୦୨୬ : ମାମଲା ରଫା କରିବାକୁ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆହ୍ୱାନ।

by Maraguda Express
0 comments
ନୂଆପଡ଼ା -୩/୦୬- ଦୀର୍ଘଦିନ ଧରି କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇ ରହିଥିବା ଜନସାଧାରଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଆସନ୍ତା ଅଗଷ୍ଟ ୨୧, ୨୨ ଏବଂ ୨୩ ତାରିଖ ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ୍ କୋର୍ଟ)ଙ୍କ ତତ୍ତ୍ଵାବଧାନରେ ‘ସ୍ବତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ-୨୦୨୬’ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମାରୋହରେ ଆପୋଷ ସହମତି ଭିତ୍ତିରେ ବିଭିନ୍ନ ଜଟିଳ ମାମଲାର ସହଜ ଓ ସ୍ଥାୟୀ ସମାଧାନ କରାଯିବ।
କେଉଁ ସବୁ ମାମଲାର ହେବ ସମାଧାନ ?
ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ ନିମ୍ନଲିଖିତ ମାମଲାଗୁଡ଼ିକର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି –
ବୈବାହିକ ବିବାଦ ଓ ପାରିବାରିକ ସମସ୍ୟା
ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା,
ଚେକ୍ ବାଉନ୍ସ ମାମଲା,
ଜମି ଅଧିଗ୍ରହଣ ସମ୍ବନ୍ଧୀୟ ବିବାଦ,
ଆପୋଷ ରଫାଯୋଗ୍ୟ ଫୌଜଦାରି ମାମଲା,
ଶ୍ରମ ବିବାଦ ଏବଂ ଉଭୟ ପକ୍ଷଙ୍କ ସହମତିରେ ସମାଧାନଯୋଗ୍ୟ ଅନ୍ୟାନ୍ୟ ଉପଯୁକ୍ତ ମାମଲା।
କେମିତି କରିବେ ଆବେଦନ ?
ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସ୍ୱେଚ୍ଛାକୃତ ଏବଂ ଏଥିରେ ଉଭୟ ପକ୍ଷଙ୍କ ରାଜିନାମା ଆଧାରରେ ହିଁ ମାମଲାର ସମାଧାନ କରାଯିବ। ଯେଉଁ ବ୍ୟକ୍ତିମାନେ ନିଜ ମାମଲାର ସମାଧାନ ପାଇଁ ଇଚ୍ଛୁକ, ସେମାନେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଅଫିସିଆଲ୍ ୱେବସାଇଟ୍ www.sci.gov.in ପରିଦର୍ଶନ କରି ସେଠାରେ ଉପଲବ୍ଧ ଗୁଗ୍‌ଲ ଫର୍ମ ପୂରଣ କରି ନିଜର ଅନୁରୋଧ ଦାଖଲ କରିପାରିବେ।
ସଚିବଙ୍କ ଅନୁରୋଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡି ଏଲ ଏସ ଏ), ନୂଆପଡ଼ାର ସଚିବ ନବନୀତା ଦାଶ ସର୍ବସାଧାରଣଙ୍କୁ ଏହି ସୁଯୋଗର ସଦୁପଯୋଗ କରିବାକୁ ନିବେଦନ କରିଛନ୍ତି। କୋର୍ଟ କଚେରୀର ଦୀର୍ଘ ପ୍ରକ୍ରିୟାରୁ ମୁକ୍ତି ପାଇ ପ୍ରତିଟି ବିବାଦର ସହଜ ସମାଧାନ କରିବା ଏହି ସମାରୋହର ମୂଳ ଲକ୍ଷ୍ୟ।
ସହାୟତା ପାଇଁ ଯୋଗାଯୋଗ ନମ୍ବର:
ଅଧିକ ସୂଚନା କିମ୍ବା ଆଇନଗତ ସହାୟତା ପାଇଁ ଜନସାଧାରଣ ନିମ୍ନଲିଖିତ ନମ୍ବରରେ ଯୋଗାଯୋଗ କରିପାରିବେ:
ନୂଆପଡ଼ା ସମ୍ମୁଖ କାର୍ଯ୍ୟାଳୟ ଫୋନ୍ ନମ୍ବର : 📞 ୦୬୬୭୮- ୨୨୫୩୩୬
ଜାତୀୟ ନିଃଶୁଳ୍କ (Toll-Free) ସେବା ନମ୍ବର: 📞 ୧୫୧୦୦

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha