Home ରାଜ୍ୟ୭୭ତମ ବନମହୋତ୍ସବ ସପ୍ତାହରେ ସବୁଜ ସଂକଳ୍ପ : ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ।

୭୭ତମ ବନମହୋତ୍ସବ ସପ୍ତାହରେ ସବୁଜ ସଂକଳ୍ପ : ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ।

by Maraguda Express
0 comments
ନୂଆପଡ଼ା -୮/୭ – ୭୭ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ଉତ୍ସାହପୂର୍ଣ୍ଣ ବନମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ବୃକ୍ଷରୋପଣ ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଯୋଷୀଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ଶିକ୍ଷୟିତ୍ରୀ ମମିତା ପାଟ୍ଟଯୋଶୀ, ଶିକ୍ଷକ ବୈଷ୍ଣବ ମେହେର, ଉଗ୍ରେସନ ହଂସ ଏବଂ ଶିକ୍ଷୟିତ୍ରୀ ସୁମିତ୍ରା ମେହେର ପ୍ରମୁଖ ଉପସ୍ଥିତ ରହି ବନମହୋତ୍ସବ ପାଳନର ମହତ୍ୱ, ପରିବେଶ ସନ୍ତୁଳନ ରକ୍ଷାରେ ବୃକ୍ଷର ଅପରିହାର୍ଯ୍ୟ ଭୂମିକା ଓ ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।
ବକ୍ତାମାନେ କେବଳ ଚାରା ରୋପଣ କଲେ ହେବ ନାହିଁ, ବରଂ ଏହାର ନିୟମିତ ଯତ୍ନ ଓ ସୁରକ୍ଷା ନେବା ପ୍ରତ୍ୟେକଙ୍କ ସାମାଜିକ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ବିଭିନ୍ନ ପ୍ରଜାତିର ଚାରା ରୋପଣ କରି ସବୁଜ ପରିବେଶ ଗଠନର ସଂକଳ୍ପ ନେଇଥିଲେ।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ଜାଗ୍ରତ କରିବା ସହ ସମାଜକୁ ସବୁଜ ଓ ସୁସ୍ଥ ପରିବେଶ ଗଠନର ବାର୍ତ୍ତା ପ୍ରଦାନ କରିଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha