Home ରାଜ୍ୟନୂଆପଡ଼ାରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ : ସ୍କୁଲ ଖୋଲିବା ପୂର୍ବରୁ ପ୍ରସ୍ତୁତି ଜୋରଦାର କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ – ଜିଲ୍ଲା ଟପ୍ପରଙ୍କୁ ଶୁଭେଚ୍ଛା ।

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ : ସ୍କୁଲ ଖୋଲିବା ପୂର୍ବରୁ ପ୍ରସ୍ତୁତି ଜୋରଦାର କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ – ଜିଲ୍ଲା ଟପ୍ପରଙ୍କୁ ଶୁଭେଚ୍ଛା ।

by Maraguda Express
0 comments
ନୂଆପଡ଼ା -୦୩/୦୬ -ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତା ରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ପ୍ରଗତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।ବୈଠକ ଆରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଡ଼. ପ୍ରଶାନ୍ତ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଜିଲ୍ଲାର ଶିକ୍ଷାଗତ ଅଗ୍ରଗତିର ତଥ୍ୟ ଉପସ୍ଥାପନ କରିଥିଲେ।ଜିଲ୍ଲାପାଳଙ୍କ ପ୍ରମୁଖ ନିର୍ଦ୍ଦେଶାବଳୀ – ବର୍ଷସାରା କରାଯିବାକୁ ଥିବା ବିଭିନ୍ନ କାର୍ଯ୍ୟକଳାପ ପାଇଁ ଏକ ସ୍ପଷ୍ଟ ଆକ୍ସନ ପ୍ଲାନ ବା ବାର୍ଷିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଟ୍ରି ଗାର୍ଡେନ – ‘ଗ୍ରୀନ୍ ସ୍କୁଲ’ ଅଭିଯାନ ଅଧୀନରେ ସମସ୍ତ ବିଦ୍ୟାଳୟରେ ନ୍ୟୁଟ୍ରି ଗାର୍ଡେନ (ପୋଷଣ ବଗିଚା) ସ୍ଥାପନ କରିବାକୁ କୁହାଯାଇଛି। ଜୁନ୍ ୧୮ରେ ଖୋଲିବ ସ୍କୁଲ : ସ୍ୱାସ୍ଥ୍ୟ ଓ ସଫେଇ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ।ଆସନ୍ତା ଜୁନ୍ ୧୮ ତାରିଖରେ ଖରା ଛୁଟି ପରେ ବିଦ୍ୟାଳୟ ଓ ଛାତ୍ରାବାସଗୁଡ଼ିକ ଖୋଲିବାକୁ ଥିବାରୁ ପୂର୍ବ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ବର୍ଷା ଋତୁ ଆସୁଥିବାରୁ ଜଳବାହିତ ଓ ମଶାବାହିତ ରୋଗରୁ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ନିମ୍ନଲିଖିତ ପଦକ୍ଷେପ ନେବାକୁ କୁହାଯାଇଛି ।ବିଶୋଧନ – ଶ୍ରେଣୀଗୃହ, କାର୍ଯ୍ୟାଳୟ, ପରୀକ୍ଷାଗାର, ପୁସ୍ତକାଳୟ, ରୋଷେଇ ଘର, ଭୋଜନାଳୟ ଓ ଶୌଚାଳୟକୁ ସମ୍ପୂର୍ଣ୍ଣ ସଫା ଓ ବିଶୋଧିତ କରାଯିବ।ଜଳ ଜମିବା ବନ୍ଦ – ସ୍କୁଲ କ୍ୟାମ୍ପସରୁ ଅନାବଶ୍ୟକ ଘାସ, ଆବର୍ଜନା ଓ ନିର୍ମାଣ ସାମଗ୍ରୀ ହଟାଇ ଜଳ ଜମିବା ସ୍ଥାନଗୁଡ଼ିକୁ ସଫା କରାଯିବ।ସ୍ୱଚ୍ଛ ପାନୀୟ ଜଳ- ପାଣି ଟାଙ୍କି ଓ ଜଳ ନିଷ୍କାସନ ବ୍ୟବସ୍ଥା ସଫା ରଖିବା ସହ ପିଲାଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବାକୁ ଗୁରୁତ୍ୱ ଦିଆଯାଇଛି।
    ଜିଲ୍ଲା ଟପ୍ପର ଲଭାଂଶ ଙ୍କ ସହ କଥା ହେଲେ ଜିଲ୍ଲାପାଳ-  ଏହି ବୈଠକ ଅବସରରେ ଏକ ଗୌରବମୟ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ଜିଲ୍ଲାପାଳ ଭିଡିଓ କଲ୍ ମାଧ୍ୟମରେ ଖଡିଆଳ ବ୍ଲକ ବାଦି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓ ଏ ଭି) ର କୃତୀ ଛାତ୍ର ଲଭାଂଶ ମେହେର ଙ୍କ ସହ ସ୍ୱତନ୍ତ୍ର କଥାବାର୍ତ୍ତା କରିଥିଲେ।ସିବିଏସଇ ଯୁକ୍ତ ଦୁଇ ପରୀକ୍ଷାରେ ୯୬.୬୦ ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିବା ଲଭାଂଶ ଜେଇଇ ଆଡଭାନ୍ସ – ୨୦୨୬ ରେ ଅଲ୍ ଇଣ୍ଡିଆ ରାଙ୍କ ୩୪୨୩ ହାସଲ କରିଥିବାରୁ ଜିଲ୍ଲାପାଳ ଲଭାଂଶ ଙ୍କର ଏହି ଅସାଧାରଣ ସଫଳତା ପାଇଁ ତାଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ଭବିଷ୍ୟତ ଲକ୍ଷ୍ୟ ଓ କ୍ୟାରିୟର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଉଚ୍ଚ ଶିକ୍ଷା ପାଇଁ ପ୍ରେରଣାଦାୟକ ପରାମର୍ଶ ଦେଇଥିଲେ।                                   ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ ଙ୍କ ସମେତ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha