88
ଏହି ପ୍ରକଳ୍ପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ବୈଷୟିକ ସହଯୋଗୀ ଏବଂ ‘AJSA-India’ କାର୍ଯ୍ୟାନ୍ୱୟନ ସହଯୋଗୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ବୈଠକରେ ମୁଖ୍ୟତଃ ନିମ୍ନଲିଖିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
Table of Contents
ନୂଆପଡ଼ା- ୪/୦୬-ଜଳବାୟୁ ପରିବର୍ତ୍ତନର ଜଟିଳ ପ୍ରଭାବକୁ ମୁକାବିଲା କରିବା ଏବଂ ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକାର ବିକାଶ ନିମନ୍ତେ ନୂଆପଡ଼ା ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଏବଂ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP) ସହଯୋଗରେ ଜିଲ୍ଲାରେ କାର୍ଯ୍ୟାନ୍ୱିତ ହେଉଥିବା “ଆଡାପ୍ଟ-୪ଆର୍ (ADAPT4R)” ପ୍ରକଳ୍ପର ଜିଲ୍ଲା ସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ।ପ୍ରାକୃତିକ ସମ୍ପଦର ସ୍ଥାୟୀ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସଫଳ ମୁକାବିଲା କରି ଗ୍ରାମୀଣ ଅର୍ଥନୀତି ଓ ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବା ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ। ୨୦ଟି ଗ୍ରାମରେ ଚାଲିଛି ପ୍ରକଳ୍ପ କାର୍ଯ୍ୟ । ବୈଠକରେ ଖରିଆର ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ତଥା ଜିଲ୍ଲା ନୋଡାଲ ଅଧିକାରୀ ଅଜିଜ ଖାନ ପ୍ରକଳ୍ପର ଅଗ୍ରଗତି ଏବଂ ଆଗାମୀ ତ୍ରୈମାସିକ କାର୍ଯ୍ୟ ଯୋଜନା ସମ୍ପର୍କରେ ଏକ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ। ସୂଚନା ଅନୁଯାୟୀ, ବର୍ତ୍ତମାନ ଜିଲ୍ଲାର ଦୁଇଟି ପ୍ରମୁଖ ବ୍ଲକ ର ୪ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୋଟ ୨୦ ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଅଛି ।ଖରିଆର ବ୍ଲକ ର ସନମହେଶ୍ୱର ଓ ବରଗାଁ ଗ୍ରାମପଞ୍ଚାୟତ। ବୋଡେନ ବ୍ଲକ ର ନାଗପଡ଼ା ଓ ଭୈଁଷାଦାନୀ ଗ୍ରାମପଞ୍ଚାୟତ।

ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଲବ ସୋରେନ ଉପସ୍ଥିତ ଥିଲେ।ଏହାସହ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,ବନ ବିଭାଗର କର୍ମଚାରୀ ଏବଂ ସହଯୋଗୀ ସଂସ୍ଥା AJSA-India ଓ WFPର ପ୍ରତିନିଧିମାନେ ଆଲୋଚନାରେ ଭାଗ ନେଇଥିଲେ। ବିଶେଷ କରି ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP) ର ନୂଆଦିଲ୍ଲୀ ସ୍ଥିତ ଜାତୀୟ ଓ ବୈଷୟିକ ଦଳ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ପ୍ରକଳ୍ପର ସଫଳତା ନେଇ ଗଠନ ମୂଳକ ପରାମର୍ଶ ଦେଇଥିଲେ।