Home ରାଜ୍ୟବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର : ୬୩ଟି ଅଭିଯୋଗର ହେଲା ସମୀକ୍ଷା ତଥା ଧାନ କ୍ରୟରେ ଅନିୟମିତତା ହେଲେ କଡ଼ା ଆକ୍ସନ।

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର : ୬୩ଟି ଅଭିଯୋଗର ହେଲା ସମୀକ୍ଷା ତଥା ଧାନ କ୍ରୟରେ ଅନିୟମିତତା ହେଲେ କଡ଼ା ଆକ୍ସନ।

by Maraguda Express
0 comments
ନୂଆପଡ଼ା – ୮/୬- ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆଜି ବୋଡ଼େନ ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୃହତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସମସ୍ୟା ଶୁଣିବା ସହ ତାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଆଜିର ଶିବିରରେ ମୋଟ ୬୩ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।ସେ ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୫୧ ଟି
ଓ ଗୋଷ୍ଠୀଗତ ଅଭିଯୋଗ ୧୨ ଟି। ଜିଲ୍ଲାପାଳ ପୂର୍ବ ଶିବିର ଗୁଡ଼ିକର ବିଚାରଧୀନ ଥିବା ଅଭିଯୋଗର ସମୀକ୍ଷା କରିବା ସହ ସେଗୁଡ଼ିକୁ ଯଥାଶୀଘ୍ର ଫଇସଲା କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଚାଷୀଙ୍କ ପାଇଁ ବଡ଼ ଖବର- ଧାନ କ୍ରୟରେ ଅନିୟମିତତା ହେଲେ କାର୍ଯ୍ୟାନୁଷ୍ଠାନ।
ଚଳିତ ରବି ଧାନ କ୍ରୟ ପ୍ରକ୍ରିୟାକୁ ନେଇ ଜିଲ୍ଲାପାଳ ଏକ ସମୀକ୍ଷା ବୈଠକ କରିଥିଲେ। ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। “ଚାଷୀଙ୍କ ନାମରେ ଧାନକୁ ସିଧାସଳଖ ମିଲର ପଏଣ୍ଟକୁ ନେବା ଭଳି କୌଣସି ଅନିୟମିତତା ଧରାପଡ଼ିଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ଷାକୁ ନେଇ ଚାଷୀମାନେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ, ସରକାରୀ ନିୟମ ଅନୁଯାୟୀ ସମସ୍ତ ଧାନ କ୍ରୟ କରାଯିବ।”
ଧାନ କୁ ବର୍ଷାରୁ ସୁରକ୍ଷିତ ରଖିବା ପାଇଁ ଖରିଆର ରୋଡ଼ ଆର ଏମ ସି ଅଧୀନରେ ପର୍ଯ୍ୟାପ୍ତ ପରିମାଣର ପଲିଥିନ୍ ସିଟ୍ ଉପଲବ୍ଧ ଅଛି ବୋଲି ସେ ସୂଚନା ଦେଇଛନ୍ତି।
ଏହି ଶିବିର ଅବସରରେ ବିପନ୍ନ ଓ ଆବଶ୍ୟକୀୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ରାହୁଲ ପଣ୍ଡା ୧୦,୦୦୦ ଟଙ୍କା (ରେଡକ୍ରସ ପାଣ୍ଠି),
ମନଗୋବିନ୍ଦ ମଙ୍ଗରାଜ, ସୁମିତ୍ରା ମାଝୀ ଓ ଯୁଧିଷ୍ଠିର ମାଝୀ ଙ୍କୁ ୫,୦୦୦ ଟଙ୍କା ଲେଖାଏଁ ସହାୟତା।
ତା’ ସହିତ ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜୁ ସୁନାନୀ (ବାବେବିର), ଟଙ୍କଧର ରଣା (ବୋଡ଼େନ) ଏବଂ କୃତିବାସ ପଟେଲ (ଲର୍କା) ଙ୍କୁ ‘ସ୍ୱଚ୍ଛ ଦୂତ’ ପୁରସ୍କାରରେ ସମ୍ମାନିତ କରାଯାଇଛି।
ଶିବିର ପରିସର ରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଏବଂ ଆୟୁଷ୍ମାନ ଆରୋଗ୍ୟ ଶିବିର ର ଆୟୋଜନ କରାଯାଇଥିଲା । ଯେଉଁଠାରେ ଶତାଧିକ ଲୋକ ସ୍ୱାସ୍ଥ୍ୟ ସେବାର ସୁଭିଧା ନେଇଥିଲେ। ଏହା ସହିତ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଦିନରେ ହେବାକୁ ଥିବା ଜନସମ୍ପର୍କ କାର୍ଯ୍ୟକ୍ରମ ପାଇଁ ସମସ୍ତ ଲାଇନ୍ ବିଭାଗକୁ ନିଜର ସଫଳତା ଓ ଖସଡ଼ା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ କହିଛନ୍ତି।
ଉପରୋକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ, ଜିଲ୍ଲା ପରିଷଦର ସିଇଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁରମୀ ସୋରେନ, ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ବୋଡ଼େନ ବିଡିଓ ଚିନ୍ମୟ ସାଗର ଏବଂ ତହସିଲଦାର ସରିତା ଗୁପ୍ତାଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha