187
ବ୍ୟାସପୀଠରୁ ଉଚ୍ଚାରିତ ଭାଗବତର ପବିତ୍ର ବାଣୀ ଶୁଣିବା ପାଇଁ ପ୍ରତିଦିନ କୁରେଶ୍ୱର ଓ ଆଖପାଖ ଅଞ୍ଚଳରୁ ସହସ୍ରାଧିକ ଭଗବତପ୍ରେମୀ ଓ ଶ୍ରଦ୍ଧାଳୁ ଏକତ୍ରିତ ହେଉଛନ୍ତି। ଭକ୍ତିମୟ ପରିବେଶ ମଧ୍ୟରେ ଭାଗବତ କଥା ଶ୍ରବଣ କରି ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଅନୁଭୂତି ଲାଭ କରୁଛନ୍ତି।
ଏହି ମହାଯଜ୍ଞର ମୁଖ୍ୟ କର୍ତ୍ତା ଭାବେ ଅନନ୍ତ ସାହୁ ଓ ତାଙ୍କ ଧର୍ମପତ୍ନୀ କନକଲତା ସାହୁ ଦାୟିତ୍ୱ ତୁଲାଉଛନ୍ତି। ପରିବାରର ଆନୁକୂଲ୍ୟ ଓ ସମାଜର ସହଯୋଗରେ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମ ଅଞ୍ଚଳରେ ଭକ୍ତି ଓ ଏକତାର ବାତାବରଣ ସୃଷ୍ଟି କରିଛି।
🔸 ଆୟୋଜକ: କୁବେର ସମାଜ ସାହୁ ପରିବାର
Table of Contents
ନୂଆପଡ଼ା- ୨୮/୦୯- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର (ଉଦ୍ୟାନବନ୍ଧ) ଠାରେ ଏବେ ସୃଷ୍ଟି ହୋଇଛି ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ। ଶ୍ରୀମଦ୍ ଭାଗବତର ପବିତ୍ର କଥାମୃତରେ ମୁଖରିତ ହେଉଛି ସମଗ୍ର ଅଞ୍ଚଳ। କୁବେର ସମାଜ ସାହୁ ପରିବାରଙ୍କ ଆନୁକୂଲ୍ୟରେ ଏଠାରେ ଆୟୋଜିତ ହେଉଛି ସପ୍ତାହବ୍ୟାପୀ “ଶ୍ରୀମଦ୍ ଭାଗବତ ପାରାୟଣ କଥାମୃତ” ।
୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ଧାର୍ମିକ ଆୟୋଜନ ୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ପ୍ରାତଃ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭକ୍ତମାନେ ଭାଗବତ କଥା ଶ୍ରବଣର ସୁଯୋଗ ପାଉଛନ୍ତି।

