102

ନୂଆପଡା – ୧୦/୬- କୋମନା ଥାନା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ଗତକାଲି (୯ ଜୁନ୍ ୨୦୨୬) ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏହି ବେଆଇନ କାରବାର ରେ ସଂପୃକ୍ତ ୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଏହି ରେକେଟ ରେ ମଧ୍ୟପ୍ରଦେଶ ର ମାଫିଆ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଆଜି କୋମନା ପୋଲିସ ଷ୍ଟେସନ ରେ ଆହୁତ ଏକ ସାମ୍ୱାଦିକ ସମ୍ମିଳନୀରେ ଏ ସମ୍ପର୍କ ରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଛି। ଉପରୋକ୍ତ ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ଖିଲେଶ୍ୱର୍ ସାହୁ, ଆଇଆଇସି କୋମନା ଓ ଅନ୍ୟମାନେ ଉପସ୍ଥିତଥିଲେ। ସାମ୍ବାଦିକ ସମ୍ମିଳନୀ ରେ ମିଳିଥିବା ସୂଚନା ଅନୁଯାୟୀ, କୋମନା ଥାନା ଅଧିକାରୀ ,ଇନ୍ସପେକ୍ଟର ଏସ୍. ମଲ୍ଲିକ ଓ ତାଙ୍କ ଟିମ୍ ଗତକାଲି ଅଞ୍ଚଳରେ ଦିବା ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଗୁପ୍ତ ସୂଚନା ମିଳିଥିଲା ଯେ, କୃଷ୍ଣା ଛକ ବସ୍ ଷ୍ଟାଣ୍ଡ ନିକଟରେ କିଛି ଲୋକ ୩ ଟି ବାଇକ୍ ରେ ଗଞ୍ଜେଇ ଆଣି ରାୟପୁର ପଠାଇବା ପାଇଁ ବସ୍ କୁ ଅପେକ୍ଷା କରିଛନ୍ତି ।