Home ରାଜ୍ୟକର୍କଟ ରୋଗୀଙ୍କ ପାଇଁ ସଞ୍ଜୀବନୀ ସାଜିଲା ଡିଏଲଏସଏ : ମାତ୍ର ଗୋଟିଏ ଦିନରେ ମିଳିଲା ଆୟୁଷ୍ମାନ କାର୍ଡ ।

କର୍କଟ ରୋଗୀଙ୍କ ପାଇଁ ସଞ୍ଜୀବନୀ ସାଜିଲା ଡିଏଲଏସଏ : ମାତ୍ର ଗୋଟିଏ ଦିନରେ ମିଳିଲା ଆୟୁଷ୍ମାନ କାର୍ଡ ।

by Maraguda Express
0 comments
ନୂଆପଡ଼ା -୧୯/୬ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ର ସମୟୋଚିତ ଏବଂ ମାନବୀୟ ହସ୍ତକ୍ଷେପ ଯୋଗୁଁ ଜଣେ ଗରିବ ତଥା ଅସହାୟ ରକ୍ତ କର୍କଟ (ଲ୍ୟୁକେମିଆ) ପୀଡ଼ିତା ମହିଳା ଆୟୁଷ୍ମାନ କାର୍ଡ ପାଇବାରେ ସଫଳ ହୋଇଛନ୍ତି। ପ୍ରାଧିକରଣର ଏହି ତୁରନ୍ତ ସହାୟତା ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସଂପୃକ୍ତ ପରିବାର ପାଇଁ ସଞ୍ଜୀବନୀ ସଦୃଶ ସାବ୍ୟସ୍ତ ହୋଇଛି।
ଅଭାବ ଅନାଟନ ଭିତରେ କର୍କଟ ର କରାଳ ରୂପ ଭାଙ୍ଗି ଦେଇଛି ପରିବାର ର ଆର୍ଥିକ ମେରୁଦଣ୍ଡ।
ଘଟଣାରୁ ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଚାନ୍ଦୋପଲା (ପେଣ୍ଡ୍ରାୱନ) ଗ୍ରାମର ଶ୍ରୀମତୀ ପଙ୍କଜିନୀ ପଟେଲ ଦୀର୍ଘ ଦିନ ଧରି ରକ୍ତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ନିୟମିତ ଚିକିତ୍ସା ପାଇଁ ତାଙ୍କୁ ବାରମ୍ବାର ବଡ଼ ଡାକ୍ତରଖାନା ଯିବାକୁ ପଡ଼ୁଥିଲା। ମାତ୍ର ପରିବାର ଅତି ଗରିବ ହୋଇଥିବାରୁ ଚିକିତ୍ସା ଖର୍ଚ୍ଚ ଯୋଗାଇବା ସେମାନଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥିଲା ଏବଂ ପୂରା ପରିବାର ପ୍ରବଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲା।
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ରେ ମାଗଣା ଚିକିତ୍ସା ସୁବିଧା ମିଳିପାରିବ ବୋଲି ସେ ଜାଣିଥିଲେ ସୁଦ୍ଧା, ସଠିକ୍ ଜ୍ଞାନର ଅଭାବ ଏବଂ ଜଟିଳ କାଗଜପତ୍ର (ଦଲିଲ) ପ୍ରକ୍ରିୟା ବୁଝି ନପାରିବା ରୁ ସେ ଦୀର୍ଘ ଦିନ ହେବ ଏହି କାର୍ଡ ପ୍ରସ୍ତୁତ କରିପାରୁ ନଥିଲେ।
ଶ୍ରୀମତୀ ପଟେଲ ଗୁରୁତର ଅବସ୍ଥାରେ ଶଯ୍ୟାଶାୟୀ ଥିବାରୁ ତାଙ୍କ ସ୍ୱାମୀ ଲକ୍ଷେଶ୍ୱର ପଟେଲ କୌଣସି ସୂତ୍ରରୁ ଖବର ପାଇ ଗତ ୧୧ ଜୁନ ୨୦୨୬  ଦିନ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହୋଇଥିଲେ। ସେ ଆୟୁଷ୍ମାନ କାର୍ଡ ଆବେଦନ ପାଇଁ ସହାୟତା ଯୋଗାଇ ଦେବାକୁ କାକୁତି ମିନତି ହୋଇ ନିବେଦନ କରିଥିଲେ।
ସମସ୍ୟାର ଗୁରୁତ୍ୱ ଓ ମହିଳାଙ୍କ ଜୀବନ ର ମୂଲ୍ୟ କୁ ଉପଲବ୍ଧି କରି ପ୍ରାଧିକରଣ ର ସଚିବ ନବନୀତା ଦାଶ ଏଥିରେ ତୁରନ୍ତ ହସ୍ତକ୍ଷେପ କରିଥିଲେ। ସେ ବିଳମ୍ବ ନକରି ‘ଅଧିକାର ମିତ୍ର’ ନିଖିଲ ସିଂହ କ୍ଷତ୍ରୀୟ ଙ୍କୁ ରୋଗୀଙ୍କ ପରିବାର ର କୁ ସମସ୍ତ ପ୍ରକାର ର ଆଇନଗତ ଓ ପ୍ରଶାସନିକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ସଚିବଙ୍କ ତ୍ୱରିତ ନିର୍ଦ୍ଦେଶକ୍ରମେ ଅଧିକାର ମିତ୍ର ଶ୍ରୀ କ୍ଷତ୍ରୀୟ ନିଜେ ଲକ୍ଷେଶ୍ୱର ଙ୍କୁ ସାଥିରେ ଧରି ନୂଆପଡ଼ା ଜିଲ୍ଲା ଆୟୁଷ୍ମାନ କାର୍ଡ ସଂଯୋଜକ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ। ସେଠାରେ ସମସ୍ତ ଆବଶ୍ୟକୀୟ ଆବେଦନ ଦଲିଲ ତୁରନ୍ତ ପ୍ରସ୍ତୁତ କରାଯିବା ସହ ସରକାରୀ ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯାଇଥିଲା। ଫଳସ୍ୱରୂପ, ସେହି ଗୋଟିଏ ଦିନରେ ହିଁ (୧୧ ଜୁନ୍) ପଙ୍କଜିନୀ ପଟେଲଙ୍କ ନାମରେ ସଫଳତାର ସହିତ ଆୟୁଷ୍ମାନ କାର୍ଡ ପ୍ରସ୍ତୁତ ହୋଇ ବାହାରିଥିଲା।
“ଆମେ ଭାଙ୍ଗି ପଡ଼ିଥିଲୁ, କିନ୍ତୁ ଆଇନ ସେବା ପ୍ରାଧିକରଣ ଆମକୁ ନୂଆ ଜୀବନ ଦେଇଛି। ଏହି କାର୍ଡ ଯୋଗୁଁ ଏବେ ମୋ ସ୍ତ୍ରୀର ଚିକିତ୍ସା ସହଜ ହୋଇପାରିବ।” ବୋଲି ରୋଗୀ ଙ୍କ ସ୍ଵାମୀ ଲକ୍ଷେଶ୍ୱର ପଟେଲ ପ୍ରକାଶ କରିଛନ୍ତି।
ଦୀର୍ଘ ଦିନର ପ୍ରତୀକ୍ଷା ପରେ ହାତ ପାହାନ୍ତା ରେ ଆୟୁଷ୍ମାନ କାର୍ଡ ପାଇ ଶ୍ରୀମତୀ ପଟେଲ ଏବଂ ତାଙ୍କ ପରିବାର ବେଶ୍ ଭାବବିହ୍ୱଳ ହୋଇ ଖୁସି ପ୍ରକଟ କରିଛନ୍ତି। ଏହି କାର୍ଡ ମାଧ୍ୟମରେ ଏବେ ସେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ବଡ଼ ବଡ଼ ଡାକ୍ତରଖାନା ରେ ମାଗଣା ଚିକିତ୍ସା ସୁବିଧା ଏବଂ ଆର୍ଥିକ ସହାୟତା ପାଇପାରିବେ। ଏଥି ପାଇଁ ସେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଏଭଳି ତ୍ୱରିତ୍ ଓ ସଂବେଦନଶୀଳ କାର୍ଯ୍ୟାନୁଷ୍ଠାନ ସାଧାରଣ ଗରିବ ଲୋକଙ୍କ ମନରେ ମାଗଣା ଆଇନଗତ ସହାୟତା ଏବଂ ନ୍ୟାୟ ପ୍ରକ୍ରିୟା ପ୍ରତି ଭରସା ଓ ବିଶ୍ୱାସକୁ ଆହୁରି ଦ୍ୱିଗୁଣିତ କରିଦେଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha