Home ରାଜ୍ୟନଗର ବିକାଶକୁ ଗତି : ଡୁଡା ସମୀକ୍ଷା ବୈଠକରେ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ, ରାଜସ୍ୱ ବୃଦ୍ଧି ଓ ଜନସେବା ଉପରେ ଫୋକସ୍ ।

ନଗର ବିକାଶକୁ ଗତି : ଡୁଡା ସମୀକ୍ଷା ବୈଠକରେ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ, ରାଜସ୍ୱ ବୃଦ୍ଧି ଓ ଜନସେବା ଉପରେ ଫୋକସ୍ ।

by Maraguda Express
0 comments
ନୂଆପଡ଼ା -୩୦/୬-  ନୂଆପଡ଼ା ଜିଲ୍ଲାରେ ନଗରାଞ୍ଚଳର ସାମଗ୍ରିକ ବିକାଶ, ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁଚାରୁ ରୂପାୟନ ଏବଂ ଜନସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।            ବୈଠକ ଆରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଲମ୍ବୋଦର ଧରୁଆ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।                              ଜିଲ୍ଲା ର ତିନୋ ଟି ଏନଏସିର ବିକାଶ କାର୍ଯ୍ୟର ସମୀକ୍ଷା।                           ବୈଠକରେ ନୂଆପଡ଼ା, ଖଡ଼ିଆଳ ଏବଂ ଖରିଆର ରୋଡ୍ ଏନଏସିରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାର ଅଗ୍ରଗତିକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏନଏସିଗୁଡ଼ିକର ଆର୍ଥିକ ସ୍ଥିତି, ଅନୁଦାନର ସଦ୍‌ବ୍ୟବହାର, ୟୁଟିଲାଇଜେସନ୍ ସାର୍ଟିଫିକେଟ୍ (ୟୁସି) ଦାଖଲ, ରାଜସ୍ୱ ସଂଗ୍ରହ, ଘନ ବର୍ଜ୍ୟ ପରିଚାଳନା, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ପିଏମଏୱାଇ ୨.୦, ଏମଏସବିୱାଇ, ସହଯୋଗ, ମୋ ପୋଖରୀ, ମଲ୍ଟିପର୍ପୋଜ୍ ହଲ୍ ଏବଂ ପିଏମ୍ ସ୍ୱନିଧି ଯୋଜନାର କାର୍ଯ୍ୟ ପ୍ରଗତି ଉପରେ ଆଲୋଚନା ହୋଇଥିଲା।               ହଜାର ହଜାର ପରିବାର ପାଇଲେ ପକ୍କା ଘର।ସମୀକ୍ଷାରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ନୂଆପଡ଼ା ଏନଏସିରେ ୧୬୩୨ଟି, ଖଡ଼ିଆଳ ଏନଏସିରେ ୩୨୧୭ଟି ଏବଂ ଖରିଆର ରୋଡ୍ ଏନଏସିରେ ୧୨୩୪ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ସେହିପରି ଘନ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୂଆପଡ଼ା ଏନଏସିର ୧୪ଟି, ଖଡ଼ିଆଳର ୧୩ଟି ଓ ଖରିଆର ରୋଡ୍‌ର ୧୯ଟି ୱାର୍ଡରେ ଘରକୁ ଘର ବର୍ଜ୍ୟ ସଂଗ୍ରହ ଓ ପୃଥକୀକରଣ କାର୍ଯ୍ୟ ସଫଳତାର ସହ ଚାଲିଛି।                            ରାଜସ୍ୱ ବୃଦ୍ଧି ଓ ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଜୋର।                                               ଜିଲ୍ଲାପାଳ ମଧୁସୂଦନ ଦାଶ ରାଜସ୍ୱ ସଂଗ୍ରହକୁ ଆହୁରି ବୃଦ୍ଧି କରିବା, ସମସ୍ତ ସରକାରୀ ଯୋଜନାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବା ଏବଂ ନାଗରିକଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରେଷ୍ଠ ଟ୍ୟାକ୍ସ ସଂଗ୍ରାହକଙ୍କୁ ସମ୍ମାନ।               ବୈଠକ ଅବସରରେ ଉତ୍କୃଷ୍ଟ ଟ୍ୟାକ୍ସ ସଂଗ୍ରହ କରିଥିବା ତିନିଜଣ ଟ୍ୟାକ୍ସ ସଂଗ୍ରାହକଙ୍କୁ ଜିଲ୍ଲାପାଳ ପୁରସ୍କୃତ କରି ସେମାନଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ।           ଏହି ସମୀକ୍ଷା ବୈଠକରେ ନୂଆପଡ଼ା ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡ଼ିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ଖରିଆର ରୋଡ୍ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ଡୁଡା କର୍ମଚାରୀ, ମ୍ୟୁନିସିପାଲ ଇଞ୍ଜିନିୟର, ଏମ୍‌ଆଇଏସ୍ କର୍ମଚାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha