34
ନୂଆପଡା- ୪/୭- ବିଦ୍ୟୁତ ଦୁର୍ଘଟଣା ରୋକିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ହାଇସ୍କୁଲରେ ‘ବିଦ୍ୟୁତ ସୁରକ୍ଷା – ଜୀବନ ରକ୍ଷା’ କାର୍ଯ୍ୟକ୍ରମ ଉତ୍ସାହ ଓ ଆଡ଼ମ୍ବର ର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ପଞ୍ଚାନନ ମଟାରୀ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସିଆଲଲଟି ଏମ୍.ଇ. ସ୍କୁଲର ପ୍ରଧାନଶିକ୍ଷକ ଭଗବାନ ସିଂ ମାଝୀ ମୁଖ୍ୟ ଅତିଥି, ସିଆଲଲଟି କ୍ଲଷ୍ଟ ର ସିଆରସିସି ଗେନ୍ଦରାମ ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହାସହ କୁଲ ଚରଣ ରଣା, ନିରଞ୍ଜନ ବିଶ୍ୱାଳ, ଜୟନ୍ତ କୁମାର ସାହୁ, ଦେଓ ନାଥ ପ୍ରଧାନ ଓ ଘନଶ୍ୟାମ ଭୋଇ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ବିଦ୍ୟୁତ ସୁରକ୍ଷା, ଦୁର୍ଘଟଣାରୁ ରକ୍ଷା ପାଇବାର ଉପାୟ ଏବଂ ସୁରକ୍ଷିତ ଜୀବନଶୈଳୀ ସମ୍ପର୍କରେ ବିସ୍ତୃତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।