Home ରାଜ୍ୟବଡ଼ ଖବର : ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷା ଉପସ୍ଥାପନ କଲେ ବିକାଶର ନକ୍ସା ।

ବଡ଼ ଖବର : ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷା ଉପସ୍ଥାପନ କଲେ ବିକାଶର ନକ୍ସା ।

by Maraguda Express
0 comments
ନୂଆପଡ଼ା- ୧୮/୦୭- ଖରିଆର ରୋଡ଼ ପୌରାଞ୍ଚଳ ର ପ୍ରଗତି ଓ ସାମଗ୍ରିକ ବିକାଶକୁ ଆହୁରି ଗତିଶୀଳ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ଗସ୍ତ ଅବସରରେ ଖରିଆର ରୋଡ଼ ଏନ୍‌ଏସି ଅଧ୍ୟକ୍ଷା ଡ଼. ସୋନିଆ ଗୋଲଡି ଅଗ୍ରୱାଲ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏହି ସାକ୍ଷାତକାର ସମୟରେ ଅଧ୍ୟକ୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଖରିଆର ରୋଡ଼ ର ଗତ ୪ ବର୍ଷର ଐତିହାସିକ ପ୍ରଗତିକୁ ନେଇ ସଙ୍କଳିତ “ବିକାଶ ପୁସ୍ତିକା (ବୁକଲେଟ୍)” ଆଦରର ସହ ଭେଟି ଦେଇଥିଲେ।ସାକ୍ଷାତ ସମୟରେ ଡ଼. ସୋନିଆ ଅଗ୍ରୱାଲ ନଗର ରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ, ଜନ କଲ୍ୟାଣମୂଳକ ଯୋଜନା, ସୁଶାସନ ଏବଂ ଅଭିନବ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଥିବା ପ୍ରମୁଖ ଜନହିତକର ପ୍ରକଳ୍ପ ସମୂହ:
ଖରିଆର ରୋଡ଼ ର ଦୀର୍ଘଦିନର ବହୁ ପ୍ରତୀକ୍ଷିତ ସମସ୍ୟାର ସମାଧାନ ପାଇଁ ଅଧ୍ୟକ୍ଷା ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ନିମ୍ନଲିଖିତ ଦାବିଗୁଡ଼ି କୁ ପ୍ରମୁଖତା ଦେଇଛନ୍ତି:
* ଜୋଙ୍କ ନଦୀ ଉପରେ ଚେକ୍ ଡ୍ୟାମ ନିର୍ମାଣ।
* ସହର ପାଇଁ ବହୁ ପ୍ରତୀକ୍ଷିତ ବାଇପାସ୍ ସଡ଼କ।
* ଶିକ୍ଷାର ଉନ୍ନତି ପାଇଁ +୨ କଲେଜ ପ୍ରତିଷ୍ଠା।
* ଯୁବପିଢ଼ି ଙ୍କ ପାଇଁ ଆଧୁନିକ ଷ୍ଟାଡିୟମ୍ ନିର୍ମାଣ।
ଏଲ୍.ଆର୍.ସି ତାଲିକାରେ ନାମ ଥାଇ ମଧ୍ୟ ଜମିର କିସମ ପରିବର୍ତ୍ତନ ହେତୁ ପଟ୍ଟା ପାଇନଥିବା ପରିବାରକୁ ତୁରନ୍ତ ଜମି ପଟ୍ଟା ପ୍ରଦାନ। “ମୁଖ୍ୟମନ୍ତ୍ରୀଙ୍କ ସମ୍ବେଦନଶୀଳ ନେତୃତ୍ୱ ଓ ବିକାଶମୁଖୀ ଦୃଷ୍ଟିଭଙ୍ଗୀ ଯୋଗୁଁ ଖରିଆର ରୋଡ଼ର ଏହି ସମସ୍ତ ଜନଆକାଙ୍କ୍ଷା ଖୁବଶୀଘ୍ର ପୂରଣ ହେବ ଏବଂ ନଗର ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ।”
ଡ଼. ସୋନିଆ ଗୋଲଡି ଅଗ୍ରୱାଲ (ଅଧ୍ୟକ୍ଷା, ଖରିଆର ରୋଡ଼ ଏନ୍‌ଏସି)
ସେ ଆହୁରି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, “ଜନବିଶ୍ୱାସ ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ଜନସେବା ଓ ଜନହିତ ପାଇଁ ଆମର ଏହି ପ୍ରୟାସ ଆଗାମୀ ଦିନରେ ମଧ୍ୟ ନିରନ୍ତର ଜାରି ରହିବ।”

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha