147
ନୂଆପଡ଼ା -୧୮/୭- ସୁସ୍ଥ ଶରୀର, ସୁଦୃଢ଼ ମନ ଏବଂ ଏକ ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ଆଜି ନୂଆପଡ଼ା ପୁଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ‘ମିଶନ ଫିଟ୍ ନୂଆପଡ଼ା’ ଅଭିଯାନ ଅଧୀନରେ ଆୟୋଜିତ ଏକ ୫ କିଲୋମିଟର ବିଶିଷ୍ଟ ମେଗା ୱାକାଥନ୍ ଜିଲ୍ଲାବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ସୃଷ୍ଟି କରିଛି।

ଆଗକୁ ବି ଜାରି ରହିବ ଏହି ପ୍ରୟାସ: ଏସପି
ଏହି ଅବସରରେ ୱାକାଥନ୍ରେ ଚମତ୍କାର ପ୍ରଦର୍ଶନ କରିଥିବା କୃତି ବିଜେତାମାନଙ୍କୁ ମଞ୍ଚରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ସେମାନଙ୍କ ଉତ୍ସାହ ବର୍ଦ୍ଧନ କରାଯାଇଥିଲା।