Home ରାଜ୍ୟଭେଲା ରେ ୧୫ କୋଟିର ଅତ୍ୟାଧୁନିକ ସିଏଚସି ଭବନକୁ ମଞ୍ଜୁରୀ : ଟେଣ୍ଡର ପ୍ରକ୍ରିୟା ଆରମ୍ଭ।

ଭେଲା ରେ ୧୫ କୋଟିର ଅତ୍ୟାଧୁନିକ ସିଏଚସି ଭବନକୁ ମଞ୍ଜୁରୀ : ଟେଣ୍ଡର ପ୍ରକ୍ରିୟା ଆରମ୍ଭ।

by Maraguda Express
0 comments
ନୂଆପଡ଼ା – ୦୯/୦୮- ନୂଆପଡ଼ା ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ। କୋମନା ବ୍ଲକ ଅନ୍ତର୍ଗତ ଭେଲା ଠାରେ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ର ନୂତନ ଭବନ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।
ଏହି ନିଷ୍ପତ୍ତିକୁ ଅଞ୍ଚଳବାସୀଙ୍କ ପାଇଁ ଏକ ବଡ଼ ଉପଲବ୍ଧି ଭାବେ ଅଭିହିତ କରି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିନନ୍ଦନ ପଣ୍ଡା ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।
ନୂତନ ସି ଏଚ ସି ଭବନ ନିର୍ମାଣ ହେଲେ ଭେଲା ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିଜ ଅଞ୍ଚଳରେ ଉନ୍ନତ ଓ ମାନସମ୍ପନ୍ନ ଚିକିତ୍ସା ସୁବିଧା ପାଇପାରିବେ। ଏହା ଦ୍ୱାରା ଗୁରୁତର ଚିକିତ୍ସା ପାଇଁ ଦୂରସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳତା ମଧ୍ୟ କମିବ ବୋଲି ଆଶା କରାଯାଉଛି।
ନୂଆପଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। “ଜନତାଙ୍କ ଆବଶ୍ୟକତାକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ଏପରି ଜନ କଲ୍ୟାଣକାରୀ କାର୍ଯ୍ୟ ହାତକୁ ନିଆଯାଇଛି। ସ୍ୱାସ୍ଥ୍ୟ ସେବାରେ ନୂଆପଡ଼ା କୁ ଆଗକୁ ନେବା ଆମ ସମସ୍ତଙ୍କର ଦୃଢ଼ ସଙ୍କଳ୍ପ।”
— ଅଭିନନ୍ଦନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ, ବିଜେପି।
ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ଏହି ଯୋଜନାକୁ ମଞ୍ଜୁରୀ ଦେଇଥିବାରୁ ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ଗଭୀର କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି।
୧୫ କୋଟିର ଏହି ସ୍ୱାସ୍ଥ୍ୟ ପ୍ରକଳ୍ପ ଭେଲା ଅଞ୍ଚଳରେ ଉନ୍ନତ ଚିକିତ୍ସାସେବାର ନୂଆ ଆଶା ସୃଷ୍ଟି କରିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha