Home ରାଜ୍ୟନୂଆପଡ଼ା ରେ ଷ୍ଟାର୍ଟଅପ୍ ଆଉଟରିଚ୍ କାର୍ଯ୍ୟକ୍ରମ : ଯୁବପିଢ଼ି ଙ୍କୁ ଉଦ୍ୟମିତା ର ନୂଆ ଦିଗ ଦେଖାଇଲା।

ନୂଆପଡ଼ା ରେ ଷ୍ଟାର୍ଟଅପ୍ ଆଉଟରିଚ୍ କାର୍ଯ୍ୟକ୍ରମ : ଯୁବପିଢ଼ି ଙ୍କୁ ଉଦ୍ୟମିତା ର ନୂଆ ଦିଗ ଦେଖାଇଲା।

by Maraguda Express
0 comments

Table of Contents

ନୂଆପଡ଼ା -୧୩/୦୮- ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତା, ନୂତନ ଚିନ୍ତାଧାରା ଓ ଆତ୍ମନିର୍ଭରତାର ଭାବନାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ନୂଆପଡ଼ା ଜାତୀୟ ମହାବିଦ୍ୟାଳୟର କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ‘ଷ୍ଟାର୍ଟଅପ୍ ଆଉଟରିଚ୍ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରିନ୍ସିପାଲ୍ ହିତେଶ କୁମାର ସାହୁ ଏବଂ ବରିଷ୍ଠ ଅଧ୍ୟାପକ ବିଧାନ ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭାରେ ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ପ୍ରଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସୃଜନଶୀଳ ଚିନ୍ତାଧାରା ଆପଣାଇବା ସହ ଷ୍ଟାର୍ଟଅପ୍ ଓଡ଼ିଶା ମିଶନ୍‌ର ବିଭିନ୍ନ ସୁଯୋଗର ସଦୁପଯୋଗ କରିବାକୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ୍ ମ୍ୟାନେଜର (ଡିଆଇସି) ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଉଦ୍ୟୋଗୀମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ପ୍ରୋତ୍ସାହନ, ସବ୍‌ସିଡି ଓ ସହାୟତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।ଏହି ଅବସରରେ ଆୟୋଜିତ ବୈଷୟିକ ଅଧିବେଶନରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଇଣ୍ଡଷ୍ଟ୍ରିଜ୍ ପ୍ରୋମୋସନ୍ ଅଫିସର ପ୍ରଜ୍ୟୋତ କୁମାର ମିଶ୍ର ଷ୍ଟାର୍ଟଅପ୍‌ର ବ୍ୟାବହାରିକ ଓ କାର୍ଯ୍ୟକାରୀ ଯୋଜନା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ସେହିପରି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଚିଫ୍ ମ୍ୟାନେଜର ତଥା ମୁଖ୍ୟ ରିସୋର୍ସ ପର୍ସନ୍ ଲିଙ୍କନ ଦାସ ମୁଦ୍ରା ଓ ପିଏମଇଜିପି ଭଳି ଋଣ ଯୋଜନା ମାଧ୍ୟମରେ ଯୁବ ଉଦ୍ୟୋଗୀମାନେ କିପରି ଆର୍ଥିକ ସହାୟତା ପାଇପାରିବେ, ସେନେଇ ବିସ୍ତୃତ ମାର୍ଗଦର୍ଶନ ଦେଇଥିଲେ।
କ୍ୟାରିୟର କାଉନସେଲିଂ ସେଲ୍‌ର କୋଅର୍ଡିନେଟର ସୁକଦେବ ଭିଲ୍ ମଧ୍ୟ ନିଜ ବକ୍ତବ୍ୟ ରଖି ଛାତ୍ରଛାତ୍ରୀଙ୍କୁ ଚାକିରି ଅନ୍ୱେଷଣ ସହିତ ନିଜସ୍ୱ ଉଦ୍ୟମ ଓ ଷ୍ଟାର୍ଟଅପ୍ ଗଠନ ଦିଗରେ ଆଗେଇ ଆସିବାକୁ ପ୍ରେରଣା ଦେଇଥିଲେ।ପରେ ଆୟୋଜିତ ପ୍ରଶ୍ନୋତ୍ତର ଅଧିବେଶନରେ ଛାତ୍ରଛାତ୍ରୀମାନେ ଷ୍ଟାର୍ଟଅପ୍, ଋଣ, ସରକାରୀ ସହାୟତା, ସବ୍‌ସିଡି ଓ ଉଦ୍ୟୋଗ ସ୍ଥାପନ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ରଖିଥିଲେ। ବିଶେଷଜ୍ଞମାନେ ସେସବୁ ପ୍ରଶ୍ନର ଉତ୍ତର ଦେଇ ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ମଞ୍ଚ ପରିଚାଳନା ଦାୟିତ୍ୱରେ ଥିବା ଶିବ ପ୍ରସାଦ ଶା ଏବଂ ମହାବିଦ୍ୟାଳୟର ଷ୍ଟାର୍ଟଅପ୍ କୋଅର୍ଡିନେଟର ସଫଳତାର ସହ ସଂଯୋଜନା କରିଥିଲେ। ଶେଷରେ ଷ୍ଟାର୍ଟଅପ୍ କୋଅର୍ଡିନେଟରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ମନୋଭାବ ବିକଶିତ କରିବା ସହ ନୂଆପଡ଼ାରେ ନୂତନ ଷ୍ଟାର୍ଟଅପ୍ ଓ ସ୍ୱରୋଜଗାର ସୃଷ୍ଟି ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha