163
ନୂଆପଡ଼ା -୧୭/୦୮- ପ୍ରଶାସନିକ ’ତୃଣମୂଳ ସ୍ତରରେ ଅଧିକ କ୍ରିୟାଶୀଳ ତଥା ଲୋକାଭିମୁଖୀ କରିବା ଲକ୍ଷ୍ୟରେ କୋମନା ବ୍ଲକ ପରିସରରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୃହତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ନୂଆପଡ଼ା -୧୭/୦୮- ପ୍ରଶାସନିକ ’ତୃଣମୂଳ ସ୍ତରରେ ଅଧିକ କ୍ରିୟାଶୀଳ ତଥା ଲୋକାଭିମୁଖୀ କରିବା ଲକ୍ଷ୍ୟରେ କୋମନା ବ୍ଲକ ପରିସରରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୃହତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
🔷ଶିବିରର ପ୍ରମୁଖ ବିଶେଷତା:
ତ୍ୱରିତ ସମାଧାନ: ଶିବିରରେ ମୋଟ ୬୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା (୪୮ଟି ବ୍ୟକ୍ତିଗତ ଓ ୧୨ଟି ଗୋଷ୍ଠୀଗତ)। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକାରୀଙ୍କ ସମସ୍ୟା ଶୁଣି ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
🔷ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା: ଅସହାୟ ହିତାଧିକାରୀଙ୍କ ମଧ୍ୟରେ ରେଡକ୍ରସ ପାଣ୍ଠିରୁ ତତ୍କାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି।
⭐ଲଳିତା ଦୁରିଆ ୧୦,୦୦୦ ଟଙ୍କା,
କୁନ୍ତୀଦେଇ ଶବର, ⭐ଅମ୍ବିକା ମାଝୀ,⭐ ଭୂମିସୂତା ଦୀପ ଓ ପ୍ରେମ ସୁନା ପ୍ରତ୍ୟେକଙ୍କୁ ୫,୦୦୦ ଟଙ୍କା ଲେଖାଏଁ।
🔷ସ୍ୱାସ୍ଥ୍ୟ ସେବା: ଏହି ଅବସରରେ ବ୍ଲକ ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ତଥା ଆୟୁଷ୍ମାନ ଆରୋଗ୍ୟ ଶିବିରର ଆୟୋଜନ କରାଯାଇଥିଲା।