Home ରାଜ୍ୟନୂଆପଡ଼ାରେ ଡୁଡା ସମୀକ୍ଷା ବୈଠକ: ସହର ବିକାଶ, ରାଜସ୍ୱ ଆଦାୟ ଓ ସ୍ୱଚ୍ଛତା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ।

ନୂଆପଡ଼ାରେ ଡୁଡା ସମୀକ୍ଷା ବୈଠକ: ସହର ବିକାଶ, ରାଜସ୍ୱ ଆଦାୟ ଓ ସ୍ୱଚ୍ଛତା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ।

by Maraguda Express
0 comments
ନୂଆପଡ଼ା – ୧୮/୮- ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ  ଜିଲ୍ଲାର ସହରାଞ୍ଚଳ ବିକାଶ, ରାଜସ୍ୱ ଆଦାୟ, ଭିତ୍ତିଭୂମି ଓ ସ୍ୱଚ୍ଛତା ସମେତ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା।ଡୁଡା ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ବୈଠକରେ ସ୍ୱାଗତ ଜଣାଇବା ସହ ବିଭିନ୍ନ ଯୋଜନାର ବର୍ତ୍ତମାନ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।
ତିନି ଏନ୍‌ଏସିର ବିକାଶ ଉପରେ ସମୀକ୍ଷା
ବୈଠକରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍‌ଏସିର ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଆର୍ଥିକ ସ୍ଥିତି, ରାଜସ୍ୱ ଆଦାୟ, ସହରାଞ୍ଚଳ ଭିତ୍ତିଭୂମି, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ସରକାରୀ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସହରର ସୌନ୍ଦର୍ଯ୍ୟକରଣ ପାଇଁ ସୁଚିନ୍ତିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରି ତାହାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ସହ ଆବଶ୍ୟକ ସ୍ଥଳେ ଆଇନାନୁସାରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ତିନି ଏନ୍‌ଏସିର ରାଜସ୍ୱ ଆଦାୟ।
୨୦୨୬-୨୭ ଆର୍ଥିକ ବର୍ଷର ରାଜସ୍ୱ ଆଦାୟ ସମୀକ୍ଷା ବେଳେ ଖଡ଼ିଆଳ ଏନ୍‌ଏସିରେ ୫୧.୯୧ ଲକ୍ଷ ଟଙ୍କା, ନୂଆପଡ଼ା ଏନ୍‌ଏସିରେ ୪୧.୨୯ ଲକ୍ଷ ଟଙ୍କା ଏବଂ ଖରିଆର ରୋଡ୍ ଏନ୍‌ଏସିରେ ୫୮.୭୧ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ସୂଚନା ଦିଆଯାଇଥିଲା।
ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପିଏମ୍‌ଏୱାଇ-୨.୦ରେ ୧୪୦ ଗୃହର ଗୃହପ୍ରବେଶ
ପିଏମ୍‌ଏୱାଇ-୨.୦ ଅଧୀନରେ ନୂଆପଡ଼ା ଏନ୍‌ଏସିରେ ୧୦୧ଟି ଏବଂ ଖରିଆର ରୋଡ୍ ଏନ୍‌ଏସିରେ ୩୯ଟି ନିର୍ମିତ ଗୃହର ଗୃହପ୍ରବେଶ କାର୍ଯ୍ୟକ୍ରମ ଅଗଷ୍ଟ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ବୈଠକରେ ଅବଗତ କରାଯାଇଥିଲା।
ଏହାସହ ସହରାଞ୍ଚଳରେ ପ୍ଲାଷ୍ଟିକ୍‌ ନିଷେଧ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ନିୟମିତ ଏନ୍‌ଫୋର୍ସମେଣ୍ଟ ଜାରି ରଖିବାକୁ ଜିଲ୍ଲାପାଳ ମଧୁ ସୁଦନ ଦାଶ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନୂଆପଡ଼ା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରିଆର ରୋଡ୍ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକଙ୍କ ସମେତ ଡୁଡାର ଅଧିକାରୀ ଓ କର୍ମଚାରୀ, ମ୍ୟୁନିସିପାଲ୍ ଇଞ୍ଜିନିୟର, ଏମ୍‌ଆଇଏସ୍ କର୍ମଚାରୀ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha