79
ସରକାରୀ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସହରର ସୌନ୍ଦର୍ଯ୍ୟକରଣ ପାଇଁ ସୁଚିନ୍ତିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରି ତାହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ନୂଆପଡ଼ା – ୧୮/୮- ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ଜିଲ୍ଲାର ସହରାଞ୍ଚଳ ବିକାଶ, ରାଜସ୍ୱ ଆଦାୟ, ଭିତ୍ତିଭୂମି ଓ ସ୍ୱଚ୍ଛତା ସମେତ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା।
ଡୁଡା ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ବୈଠକରେ ସ୍ୱାଗତ ଜଣାଇବା ସହ ବିଭିନ୍ନ ଯୋଜନାର ବର୍ତ୍ତମାନ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।