108
Table of Contents
ନୂଆପଡ଼ା -୦୮/୦୯- ଭାରତ ସରକାରଙ୍କ ଟ୍ରାଇ (TRAI) ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ‘ବାର୍ଡ’ ପକ୍ଷରୁ ନୂଆପଡ଼ା ନ୍ୟାସନାଲ ମହାବିଦ୍ୟାଳୟର ସଭାଗୃହରେ ‘ଟେଲିକମ୍ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ଉଚିତ ସେବା ଓ ସଶକ୍ତିକରଣ’ ଶୀର୍ଷକ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଛି।
କର୍ମଶାଳାକୁ ସିଏସ୍ଓ ତ୍ରିନାଥ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ନ୍ୟାସନାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ହିତେଶ କୁମାର ସାହୁ ସଭାପତିତ୍ୱ କରିଥିଲେ। ଡିଜିଟାଲ ଯୁଗରେ ମୋବାଇଲ୍, ଇଣ୍ଟରନେଟ୍ ଓ ଇ-ସେବା ଆମ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବାରୁ ଗ୍ରାହକମାନଙ୍କ ଡିଜିଟାଲ ସାକ୍ଷରତା ଓ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ରଖିଥିଲେ।