Home ରାଜ୍ୟସିନାପାଲି ରେ ଭବ୍ୟ ନୂଆଁଖାଇ ଭେଟଘାଟ : ପାରମ୍ପରିକ ନୃତ୍ୟ-ଗୀତରେ ଝୁମିଲେ ହଜାର ହଜାର ଲୋକ।

ସିନାପାଲି ରେ ଭବ୍ୟ ନୂଆଁଖାଇ ଭେଟଘାଟ : ପାରମ୍ପରିକ ନୃତ୍ୟ-ଗୀତରେ ଝୁମିଲେ ହଜାର ହଜାର ଲୋକ।

by Maraguda Express
0 comments
ନୂଆପଡ଼ା- ୧୬/୦୮- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ସିନାପାଲିରେ ଭାଇଚାରା, ସାଂସ୍କୃତିକ ପରମ୍ପରା ଓ ଉତ୍ସବର ଅନନ୍ୟ ମାହୋଲ ଦେଖିବାକୁ ମିଳିଛି। ନୂଆଁଖାଇ ଦିନ ସିନାପାଲି କାପସି ସ୍ଥିତ କେପି ବାଟିକା ପରିସରରେ ଭବ୍ୟ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ସାମୂହିକ ନୂଆଁଖାଇ ଭେଟ ପରିବାର ପକ୍ଷରୁ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସିନାପାଲି ଅଞ୍ଚଳର ସମସ୍ତ ବର୍ଗର ଲୋକେ ଏକତ୍ରିତ ହୋଇ ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ଏଥିସହ ପାରମ୍ପରିକ ନୃତ୍ୟ, ସଙ୍ଗୀତ ଓ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣର ଭରପୂର ମଜା ନେଇଥିଲେ।ସାମୂହିକ ନୂଆଁଖାଇ ଭେଟ ପରିବାରର ସଭାପତି ତ୍ରିନାଥ ମେହେରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଓ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସମେତ ନୀଳମଣି ମେହେର, ବୈଶମ୍ପାୟନ ମେହେର, ଡମ୍ବରୁଧର ମେହେର, ଗୋଳାମଣି ସା, ନାରାୟଣ ପାତ୍ର, ଅକ୍ଷୟ ନନ୍ଦ, ନନ୍ଦକୁମାର ପାତ୍ର, ତେଜରାଜ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପ୍ରାରମ୍ଭରେ କମିଟିର ସମ୍ପାଦକ ପ୍ରଭାତ କୁମାର ମେହେର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇବା ସହ ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବେଣୁଧର ମେହେର ବିବରଣୀ ପାଠ କରିଥିବା ବେଳେ ସ୍ୱର ସଙ୍ଗମ କଳା ପରିଷଦ ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା।ଏହି ଅବସରରେ କମିଟିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ପତ୍ରିକା ‘ନୂଆଁଖାଇ ଦର୍ପଣ’ ମଞ୍ଚରେ ଉନ୍ମୋଚିତ ହୋଇଥିଲା। ପରେ ସ୍ଥାନୀୟ ତଥା ଜିଲ୍ଲା ବାହାରୁ ଆସିଥିବା କଳାକାରମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।ବିଶିଷ୍ଟ ସମ୍ବଲପୁରୀ ଗାୟିକା ସ୍ୱାଗତିକା ତ୍ରିପାଠୀ, ବ୍ଲଗର ଶ୍ରଦ୍ଧା ପ୍ରଧାନ, କମେଡିଆନ ଚନ୍ଦନ ଶତପଥୀ ଓ ୟୁଟ୍ୟୁବର ସ୍ମିତଙ୍କ ପରିବେଷଣରେ ଦର୍ଶକମାନେ ବେଶ୍ ଉତ୍ସାହିତ ହୋଇଥିଲେ।ଏହାସହ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଭାଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା। ଏହାକୁ କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ସା ପରିଚାଳନା କରିଥିଲେ। ମଞ୍ଚରେ ବହୁମୁଖୀ ପ୍ରତିଭା ନରସିଂହ ମେହେରଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ପୂର୍ବରୁ ଏକ ଭବ୍ୟ ଶୋଭାଯାତ୍ରା ସିନାପାଲି ସହର ପରିକ୍ରମା କରିଥିଲା। ଏହି ଅବସରରେ ସହରର ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରାଯାଇଥିଲା। ଶୋଭାଯାତ୍ରାରେ ପ୍ରଦର୍ଶିତ ପାରମ୍ପରିକ ବେଶଭୂଷା ସମସ୍ତଙ୍କର ମୁଖ୍ୟ ଆକର୍ଷଣ ପାଲଟିଥିଲା।ଭେଟଘାଟ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ନୂଆଁଖାଇର ଭାଇଚାରା ଓ ସାଂସ୍କୃତିକ ଭାବଧାରାରେ ହଜାର ହଜାର ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୃଙ୍ଖଳାର ସହ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha