63
ପାଇକମାଲ – ୧୬/୦୯ -ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍ ଅନ୍ତର୍ଗତ ଛିନ୍ଦେଇକେଲ ଗ୍ରାମସ୍ଥିତ ରାଇଜିଂ ଷ୍ଟାର କ୍ରିକେଟ୍ କ୍ଲବ ପକ୍ଷରୁ ଚଳିତ ବର୍ଷର କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜନ ନେଇ ଏକ ସଭା ଅନୁଷ୍ଠିତ ହୋଇଛି। କ୍ଲବର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଏହି ସଭାରେ ଜତିନ ସାହୁ ଅଧ୍ୟକ୍ଷତା କରିଥିଲେ।ସଭାରେ ଚଳିତ ବର୍ଷ ଡିସେମ୍ବର ମାସରେ ସର୍ବଭାରତୀୟ ଛିନ୍ଦେଇକେଲା କପ୍ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ୮ଟି ଟିମ୍କୁ ନେଇ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ ବୋଲି ସ୍ଥିର ହୋଇଛି।
ଏହି ଅବସରରେ ଚଳିତ ବର୍ଷ ପାଇଁ କ୍ଲବର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସଭାପତି ଭାବେ ଆଦର୍ଶ ସାହୁ, ଉପସଭାପତି ଭାବେ ଜତିନ ସାହୁ ଓ ଦୀପକ ସାହୁ, ସମ୍ପାଦକ ଭାବେ ଆକାଶ କୁମାର ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ନରେଶ ସାହୁ ମନୋନୀତ ହୋଇଛନ୍ତି।