Home ରାଜ୍ୟସାଲିହାଗଡ଼ କ୍ରାନ୍ତି ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର।

ସାଲିହାଗଡ଼ କ୍ରାନ୍ତି ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ; ଐତିହାସିକ ଗରିମା ସହ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱ।

by Maraguda Express
0 comments
ନୂଆପଡ଼ା-୨୬/୦୯-(ସୁରେନ୍ଦ୍ର ତିୱାରୀ) ସାଲିହାଗଡ଼ କ୍ରାନ୍ତି ଦିବସକୁ ଗରିମାମୟ, ସୁସଂଗଠିତ ଓ ସ୍ମରଣୀୟ ଭାବେ ପାଳନ କରିବା ନେଇ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କାର୍ଯ୍ୟକ୍ରମର ସଫଳ ଆୟୋଜନ ସହ ଆବଶ୍ୟକ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ବନଖଣ୍ଡ ଅଧିକାରୀ (ପ୍ରା.) ମ. ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଏସ୍‌ଡିସି ଅଧ୍ୟକ୍ଷ ହୋମ ସିଂ ମାଝୀ, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଖାମ ସିଂ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା, ନୂଆପଡ଼ା ବିଡିଓ ରୋହିତ ଭୋଇ, ନୂଆପଡ଼ା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି ଓ ସ୍ମୃତି କମିଟିର ସଦସ୍ୟମାନେ ଯୋଗଦେଇଥିଲେ।ବୈଠକରେ କ୍ରାନ୍ତି ଦିବସ ପାଳନର ଉଦ୍ଦେଶ୍ୟ, କାର୍ଯ୍ୟକ୍ରମର ରୂପରେଖା, ଅତିଥି ଆମନ୍ତ୍ରଣ, ଶୃଙ୍ଖଳା, ମଞ୍ଚ ପରିଚାଳନା, ପାନୀୟ ଜଳ, ପରିମଳ, ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।ସାଲିହାଗଡ଼ କ୍ରାନ୍ତିର ଐତିହାସିକ ଗୁରୁତ୍ୱ, ବୀରତା, ତ୍ୟାଗ ଓ ସଂଗ୍ରାମର ସ୍ମୃତିକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସ୍ଥାନୀୟ ସଂଗ୍ରାମୀମାନଙ୍କ ଅବଦାନକୁ ସମ୍ମାନର ସହ ସ୍ମରଣ କରିବା ସହ ଯୁବପିଢ଼ି ମଧ୍ୟରେ ଐତିହ୍ୟ ଓ ଦେଶପ୍ରେମର ଭାବନାକୁ ଅଧିକ ସୁଦୃଢ଼ କରିବା ଦିଗରେ କାର୍ଯ୍ୟକ୍ରମକୁ ଅର୍ଥପୂର୍ଣ୍ଣ କରିବା ନେଇ ମତାମତ ପ୍ରକାଶ ପାଇଥିଲା।ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ବିଭାଗ ଓ ସମ୍ପୃକ୍ତ କମିଟିର ସଦସ୍ୟମାନଙ୍କୁ ନିଜ ନିଜ ଦାୟିତ୍ୱରେ ସମନ୍ୱୟ ରଖି ସମୟୋପଯୋଗୀ ଭାବେ ପ୍ରସ୍ତୁତି ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ। ସାଲିହାଗଡ଼ କ୍ରାନ୍ତି ଦିବସର ଐତିହାସିକ ଗରିମାକୁ ଅକ୍ଷୁଣ୍ଣ ରଖି ଏହାକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା। ବୈଠକରେ ଉପସ୍ଥିତ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ମୃତି କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ନେଇ ବିଭିନ୍ନ ମତାମତ ଓ ପ୍ରସ୍ତାବ ରଖିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha