Home ରାଜ୍ୟସିନାପାଲିର ଅଗ୍ରଣୀ ଅନୁଷ୍ଠାନ ‘ଉଦନ୍ତୀ ୟୁଥ କ୍ଲବ’ର ନୂତନ କର୍ମକର୍ତ୍ତା ଚୟନ : ସଭାପତି ଭାବେ ପ୍ରଭାତ ଓ ସାଧାରଣ ସମ୍ପାଦକ ଭାବେ ବେଣୁଧର ମନୋନୀତ।

ସିନାପାଲିର ଅଗ୍ରଣୀ ଅନୁଷ୍ଠାନ ‘ଉଦନ୍ତୀ ୟୁଥ କ୍ଲବ’ର ନୂତନ କର୍ମକର୍ତ୍ତା ଚୟନ : ସଭାପତି ଭାବେ ପ୍ରଭାତ ଓ ସାଧାରଣ ସମ୍ପାଦକ ଭାବେ ବେଣୁଧର ମନୋନୀତ।

by Maraguda Express
0 comments
ନୂଆପଡା-୧୮/୦୬- ସିନାପାଲି ଅଞ୍ଚଳର କଳା, ସଂସ୍କୃତି, କ୍ରୀଡା, ସାହିତ୍ୟ, ପରମ୍ପରା ଏବଂ ସର୍ବାଙ୍ଗୀନ ବିକାଶ ସହିତ ବିଗତ ୨୭ ବର୍ଷରୁ ଅଧିକ ସମୟ ଧରି ଜଡ଼ିତ ଥିବା ପ୍ରସିଦ୍ଧ ଯୁବ ଅନୁଷ୍ଠାନ ‘ଉଦନ୍ତୀ ୟୁଥ କ୍ଲବ’ ର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅନୁଷ୍ଠାନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯିବା ସହ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।
ବିଦାୟୀ ସଭାପତି ସୁରଜ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କ୍ଲବ ର ସାଂଗଠନିକ ସ୍ଥିତି ଓ ଭବିଷ୍ୟତର ରଣନୀତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ ଯେ, ଜଣେ ସୁଦକ୍ଷ ସଭାପତି ଭାବରେ ସୁରଜ ମେହେର ଦୀର୍ଘ ଦିନ ଧରି ନିଜ ଦାୟିତ୍ୱ ସଫଳତାର ସହ ସମ୍ପାଦନ କରି ଅନୁଷ୍ଠାନ ପାଇଁ ବେଶ୍ ସୁନାମ ଆଣିଛନ୍ତି।
ଆଗାମୀ ଦିନ ପାଇଁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା କର୍ମକର୍ତ୍ତାମାନେ ହେଲେ ସଭାପତି ପ୍ରଭାତ କୁମାର ମେହେର,
ସାଧାରଣ ସମ୍ପାଦକ ବେଣୁଧର ମେହେର, ଉପସଭାପତି ମହେନ୍ଦ୍ର କୁମାର ମେହେର ଏବଂ ଓମ ପ୍ରସାଦ ମେହେର ସହ ସମ୍ପାଦକ ଚନ୍ଦନ ମେହେର, କୋଷାଧ୍ୟକ୍ଷ ଭୀଷ୍ମ ରାଜ ମେହେର, ଯୁବ ସମାଜ କୁ ସଂସ୍କାରିତ କରିବା ପାଇଁ ସଂକଳ୍ପ।
ଦାୟିତ୍ୱ ଗ୍ରହଣ କରିବା ଅବସରରେ ନୂତନ କର୍ମକର୍ତ୍ତାମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସକ୍ରିୟ ଯୋଗଦାନ ଦେବା ସହ ଆଜିର ଯୁବସମାଜ କୁ ଏକ ସଂସ୍କାରିତ ତଥା ପ୍ରଗତିଶୀଳ ଦିଗରେ ଆଗେଇ ନେବା ପାଇଁ କ୍ଲବ ଆଗାମୀ ଦିନରେ ଅହୋରାତ୍ର କାର୍ଯ୍ୟ କରିବ।
ଏହି ଭବ୍ୟ ସାଧାରଣ ସଭାରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟଙ୍କ ସମେତ ପରମେଶ୍ୱର, ଜିତେନ, ଯୁଧିଷ୍ଠିର, ଚୈତନ୍ୟ, ପରମାନନ୍ଦ, କିଶନଲାଲ, ଅମର, ପ୍ରଦୀପ, ନିତିଶ, ଭବାନୀଶଙ୍କର, ଅବିନାଶ, ଶିବ, ହେମସାଗର, ସିଦ୍ଧାନ୍ତ, ବିନୁ, ସୌରଭ, କ୍ରିଷ, ରଞ୍ଜନ, ଡମ୍ବରୁ, ଟିକନୁ, ସୁନୀଲ, ହିମାଂଶୁ, ତନୁରାମ, ହିତେଶ, ଗୌର, ଦୀପକ, ଚୂଡ଼ାମଣି, ଟିକେଲାଲ, ଦେବାର୍ଚନ, ସିମାଞ୍ଚଳ, ସୋହନ, ହେମନ୍ତ, ସାଗର, ଟିଙ୍କୁ, ଆୟୁଷ, ଲିଙ୍ଗରାଜ, ନରେଶ, ଭୋଲେ, ଜଗନ୍ନାଥ, ବବଲୁ, ଲୋକନାଥ, କିରଣ, ଲୋହିତାକ୍ଷ, ସୁରେଶ, ତରୁଣ, ଚନ୍ଦନ, ଭୀଷ୍ମ, ମନୋରଞ୍ଜନ, ଚୁଡ଼ା, ଅମିତ, ଚନ୍ଦ୍ରଶେଖର ଓ ଶିବା ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ରହି ନୂତନ କମିଟିକୁ ସ୍ୱାଗତ କରିବା ସହ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha