Home ରାଜ୍ୟନୂଆପଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ଯୁଗ୍ମ ନିର୍ଦ୍ଦେଶିକା କଲ୍ୟାଣୀ ଦାଶ।

ନୂଆପଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ଯୁଗ୍ମ ନିର୍ଦ୍ଦେଶିକା କଲ୍ୟାଣୀ ଦାଶ।

by Maraguda Express
0 comments

Table of Contents

ନୂଆପଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ଯୁଗ୍ମ ନିର୍ଦ୍ଦେଶିକା କଲ୍ୟାଣୀ ଦାଶ।

  • ସମୀକ୍ଷା ବୈଠକ: କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର, ରେଜିଷ୍ଟର ଏବଂ ସରକାରୀ ଦସ୍ତାବିଜ ଯାଞ୍ଚ।
  • ଜନକଲ୍ୟାଣ ଯୋଜନା: ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ପ୍ରଭାବଶାଳୀ ପ୍ରଚାରପ୍ରସାର ଉପରେ ଗୁରୁତ୍ୱ।
  • ସମନ୍ୱୟ ରକ୍ଷା: ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବାକୁ ପରାମର୍ଶ।
ନୂଆପଡ଼ା -୨୮/୦୯- ଦିନିକିଆ ନୂଆପଡ଼ା ଗସ୍ତରେ ଆସି ସୂଚନା ଓ ଲୋକସମ୍ପର୍କ ବିଭାଗ, ଉତ୍ତରାଞ୍ଚଳ (ସମ୍ବଲପୁର)ର ଯୁଗ୍ମ ନିର୍ଦ୍ଦେଶିକା ତଥା ଅତିରିକ୍ତ ଉପନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାଶ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଏବଂ କର୍ମଚାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ।
ଶ୍ରୀମତୀ ଦାଶ କାର୍ଯ୍ୟାଳୟର କାର୍ଯ୍ୟଧାରା, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ସାମାଜିକ ଗଣମାଧ୍ୟମର ସୁବିନିଯୋଗ କରି ସରକାରୀ ଯୋଜନାଗୁଡ଼ିକୁ ଲୋକାଭିମୁଖୀ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟାଳୟ ପରିଦର୍ଶନ ପରେ ସେ ବରଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha