47
ନୂଆପଡ଼ା -୮/୦୭- ପରିବେଶ ସୁରକ୍ଷା, ବନ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନର ସଫଳ ମୁକାବିଲା ପାଇଁ ଏକ ସବୁଜ ବାର୍ତ୍ତା ନେଇ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ସିନାପାଲି ବନାଞ୍ଚଳ ଅଧୀନ ଖଡ଼ିଆଳ ବନଖଣ୍ଡ ପକ୍ଷରୁ ରାମଗଡ଼ – ଗଣ୍ଡାବାହାଲି ଠାରେ ୭୭ତମ ବନ ମହୋତ୍ସବ–୨୦୨୬ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଓ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ବୃକ୍ଷରୋପଣ ଏକ ସାମାଜିକ ଦାୟିତ୍ୱ: ମୁଖ୍ୟ ଅତିଥି



ଉତ୍ସବର ଶେଷ ପର୍ଯ୍ୟାୟରେ ସ୍ଥାନୀୟ ଜନପ୍ରତିନିଧି, ଗଣ୍ଡାବାହାଲି ଶିଶୁବିଦ୍ୟା ମନ୍ଦିର ଏବଂ ପଞ୍ଚାୟତ ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଏକତ୍ରିତ ହୋଇ ବୃକ୍ଷରୋପଣ କରିଥିଲେ। ଏହା ସହିତ “ଗଛ ଲଗାଇବା, ଗଛ ବଞ୍ଚାଇବା ଓ ପରିବେଶ ସୁରକ୍ଷା କରିବା” ପାଇଁ ସମସ୍ତେ ସାମୂହିକ ଭାବେ ଶପଥ ଗ୍ରହଣ କରିଥିଲେ।