Home ରାଜ୍ୟଜଡ଼ାମୁଣ୍ଡା ପଞ୍ଚାୟତ ରେ ପ୍ରବାସୀ ଶ୍ରମିକ ସଚେତନତା ଓ ଜନ କଲ୍ୟାଣ ଶିବିର: ଜଡ଼ାମୁଣ୍ଡାକୁ ‘ଦାଦନ ମୁକ୍ତ ପଞ୍ଚାୟତ’ ଗଢ଼ିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ।

ଜଡ଼ାମୁଣ୍ଡା ପଞ୍ଚାୟତ ରେ ପ୍ରବାସୀ ଶ୍ରମିକ ସଚେତନତା ଓ ଜନ କଲ୍ୟାଣ ଶିବିର: ଜଡ଼ାମୁଣ୍ଡାକୁ ‘ଦାଦନ ମୁକ୍ତ ପଞ୍ଚାୟତ’ ଗଢ଼ିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ।

by Maraguda Express
0 comments
ନୂଆପଡ଼ା -୧୭/୦୮- ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଜଡ଼ାମୁଣ୍ଡା ଗ୍ରାମ ପଞ୍ଚାୟତରେ ଏକ ଭବ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ତଥା ବିବିଧ ଜନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶ ଲାଗି ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି।
​
🔷​  ପ୍ରବାସୀ ଶ୍ରମିକ ସୁରକ୍ଷା ଓ ରୋଜଗାର :       ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯାଇ ସରକାରୀ ଯୋଜନାର ଲାଭ ଉଠାଇ ନିଜ ମାଟିରେ ରୋଜଗାରକ୍ଷମ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜଡ଼ାମୁଣ୍ଡାକୁ ଏକ ‘ଦାଦନମୁକ୍ତ’ ତଥା ‘ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ’ ଆଦର୍ଶ ପଞ୍ଚାୟତରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
​🔷 ‘ମହା ଲକ୍ଷ୍ମୀ ଦିଦି’ ଲକ୍ଷ୍ୟ : ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାରେ ୧୦୦ ଜଣ ‘ମହା ଲକ୍ଷ୍ମୀ ଦିଦି’ ସୃଷ୍ଟି କରାଯିବ ବୋଲି ଘୋଷଣା କରାଯାଇଛି।
​🔷 ମାତୃ ଓ ଶିଶୁ କଲ୍ୟାଣ : ‘ଝିଅ ପାଇଁ ଗଛଟିଏ’ ଯୋଜନାରେ ନବଜାତ କନ୍ୟା ଶିଶୁ ମାନସୀ ରାଉତଙ୍କୁ ଜିଲ୍ଲାପାଳ ସ୍ନେହ ପୂର୍ବକ କୋଳେଇ ନେଇ ଶିଶୁର ପରିବାରକୁ ଉପହାର ଓ ବୃକ୍ଷ ଚାରା ପ୍ରଦାନ କରିଥିଲେ। ଏଥିସହ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମରେ ୩ ଜଣ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଓ ଉପହାର ବଣ୍ଟନ କରାଯାଇଛି।
​🔷 ସେବା ଓ ସହାୟତା ବଣ୍ଟନ : ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ କାର୍ଡ ସମେତ ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନାର ସହାୟତା ସାମଗ୍ରୀ ପ୍ରଦାନ କରାଯାଇଛି।
​🔷 ପରିବେଶ ଓ ସ୍ୱଚ୍ଛତା ସମ୍ମାନ : ପରିବେଶ ସୁରକ୍ଷା ପାଇଁ ଭଗବାନ ମାଝୀ ଓ ନେମି ଚନ୍ଦ ଅହୀର ଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ପ୍ରଦାନ କରାଯିବା ସହ ଶେଷରେ ‘ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଜରିଆରେ ଜୈବ ବିବିଧତା ରକ୍ଷାର ବାର୍ତ୍ତା ଦିଆଯାଇଥିଲା।
​ଏହି ସମାବେଶରେ ଜିଲ୍ଲା ପରିଷଦ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକା ନାଥ ଶତପଥୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ସଚିବ ନବନୀତା ଦାସ, କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ)ପବିତ୍ର ସାମଲ, ତହସିଲଦାର ସର୍ବେଶ୍ୱର ଜାଲ, ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ଓ ସରପଞ୍ଚ ପ୍ରେମଶିଳା ମାଝୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
​

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha