Home ରାଜ୍ୟଜଡାମୁଣ୍ଡା ରେ ଜିଲ୍ଲାସ୍ତରୀୟ ହ୍ୟାକାଥନ୍–୦୩ ଅନୁଷ୍ଠିତ : ନବସୃଜନ ଓ ବୈଜ୍ଞାନିକ ଚିନ୍ତାଧାରାରେ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରଦର୍ଶନ।

ଜଡାମୁଣ୍ଡା ରେ ଜିଲ୍ଲାସ୍ତରୀୟ ହ୍ୟାକାଥନ୍–୦୩ ଅନୁଷ୍ଠିତ : ନବସୃଜନ ଓ ବୈଜ୍ଞାନିକ ଚିନ୍ତାଧାରାରେ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରଦର୍ଶନ।

by Maraguda Express
0 comments
ନୂଆପଡ଼ା-୨୨/୭- ନୂଆପଡ଼ା ଜିଲ୍ଲାର ଜଡାମୁଣ୍ଡା ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ହ୍ୟାକାଥନ୍–୦୩ କାର୍ଯ୍ୟକ୍ରମ ଉତ୍ସାହ ଓ ଆଡ଼ମ୍ବର ର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜର ଅଭିନବ ପ୍ରକଳ୍ପ, ବୈଜ୍ଞାନିକ ଚିନ୍ତାଧାରା ଓ ସମସ୍ୟାର ବ୍ୟବହାରିକ ସମାଧାନ ଉପସ୍ଥାପନ କରି ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲେ।କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବସୃଜନ, ବିଜ୍ଞାନ ଓ ପ୍ରଯୁକ୍ତି ଆଧାରିତ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ନିଜ ଦକ୍ଷତାକୁ ସମାଜର ଉପକାରରେ ବ୍ୟବହାର କରିବା ସହ ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଜଣାଇଥିଲେ।ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ପ୍ରଶାନ୍ତ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ବିଶିଷ୍ଟ ଶିକ୍ଷାବିତ୍ ଡ଼. ଶିବ ପ୍ରସାଦ ବେହେରା ମୁଖ୍ୟ ବକ୍ତା ଏବଂ ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷ  ନିର୍ମଳ କୁମାର ଶବର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ସକ୍ରିୟ ସହଯୋଗ କରିଥିଲେ।ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ଡ଼. ସୀତାନାଥ ରାୟଗୁରୁ, ଆସିଷ୍ଟାଣ୍ଟ ପ୍ରଫେସର, ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶା, କୋରାପୁଟ ଏବଂ ରାଜେନ୍ଦ୍ର ଦୋରା, ଅଧ୍ୟାପକ, ସରକାରୀ ପଲିଟେକ୍ନିକ୍, ନୂଆପଡ଼ାଙ୍କ ଦ୍ୱାରା ଗଠିତ ବିଚାରକ ମଣ୍ଡଳୀ କରିଥିଲେ। ପ୍ରତିଯୋଗୀମାନଙ୍କ ର ସୃଜନଶୀଳତା, ବୈଜ୍ଞାନିକ ଦୃଷ୍ଟିକୋଣ ଓ ବ୍ୟବହାରିକ ସମସ୍ୟା ସମାଧାନ କ୍ଷମତାକୁ ଆଧାର କରି ବିଜେତା ଚୟନ କରାଯାଇଥିଲା।ପ୍ରତିଯୋଗିତାରେ ସଲଙ୍ଗିପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିନୋଦିନୀ ତାଣ୍ଡି ପ୍ରଥମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନେଗିପାଲିର କୁନାଲ ଦେଓ ବୈରାଗୀ ଦ୍ୱିତୀୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଶ୍ରାଜପୁରର ସାଇନା ବୈଠାରୁ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ହ୍ୟାକାଥନ୍ ପାଇଁ ଚୟନିତ ହୋଇଛନ୍ତି। ମୋଟ ୧୩ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଜିଲ୍ଲାପାଳ ବିଜେତା ଦଳମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କ ଉଦ୍ଭାବନୀ ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ। ଏହି ହ୍ୟାକାଥନ୍–୦୩ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ବୈଜ୍ଞାନିକ ଚିନ୍ତାଧାରା ଓ ସମସ୍ୟା ସମାଧାନ କୌଶଳର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha