Home ରାଜ୍ୟନିଟ୍-2026ରେ ନୂଆପଡ଼ାର ଗୌରବ: ହାତୀବନ୍ଧାର ମୟଙ୍କ ମେହେରଙ୍କ ଜାତୀୟ ସ୍ତରରେ ୧୬୮୨ ରେଙ୍କ, ଅଞ୍ଚଳରେ ଖୁସିର ଲହରୀ।

ନିଟ୍-2026ରେ ନୂଆପଡ଼ାର ଗୌରବ: ହାତୀବନ୍ଧାର ମୟଙ୍କ ମେହେରଙ୍କ ଜାତୀୟ ସ୍ତରରେ ୧୬୮୨ ରେଙ୍କ, ଅଞ୍ଚଳରେ ଖୁସିର ଲହରୀ।

by Maraguda Express
0 comments
ନୂଆପଡ଼ା -୨୨/୭ -ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମର ମେଧାବୀ ଛାତ୍ର ମୟଙ୍କ ମେହେର ନିଟ୍ (NEET) ପରୀକ୍ଷା-୨୦୨୬ରେ ଚମତ୍କାର ସଫଳତା ହାସଲ କରି ଜାତୀୟ ସ୍ତରରେ ୧୬୮୨ ରେଙ୍କ ଅଧିକାର କରିଛନ୍ତି। ଏହି ସଫଳତା ନୂଆପଡ଼ା ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ପରିବାର, ଆତ୍ମୀୟ ସ୍ୱଜନ ଏବଂ ସମଗ୍ର ଅଞ୍ଚଳରେ ଖୁସିର ପରିବେଶ ସୃଷ୍ଟି ହୋଇଛି।ମୟଙ୍କଙ୍କ ପିତା ମୋଚନ ମେହେର ବର୍ତ୍ତମାନ ଛତିଶଗଡ଼ର ରାୟପୁରଠାରେ ସିନିୟର ଇନକମ୍ ଟ୍ୟାକ୍ସ ଅଫିସର ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ମାତା ନୀଳିମା ମେହେର ସିନିୟର ଅଡିଟ୍ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ପିଲାବେଳୁ ମେଧାବୀ ଓ ପରିଶ୍ରମୀ ଛାତ୍ର ଭାବେ ପରିଚିତ ମୟଙ୍କ ନିଜର ଅକ୍ଳାନ୍ତ ପରିଶ୍ରମ, ଶୃଙ୍ଖଳିତ ଅଧ୍ୟୟନ ଓ ଦୃଢ଼ ଲକ୍ଷ୍ୟ ଦ୍ୱାରା ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ନିଜ ସଫଳତା ପ୍ରତି ପ୍ରତିକ୍ରିୟା ଦେଇ ମୟଙ୍କ କହିଛନ୍ତି ଯେ, ଭବିଷ୍ୟତରେ ଜଣେ ଦକ୍ଷ ଓ ମାନବସେବୀ ଡାକ୍ତର ହୋଇ ସାଧାରଣ ଲୋକଙ୍କ ସେବା କରିବା ହିଁ ତାଙ୍କର ପ୍ରମୁଖ ଲକ୍ଷ୍ୟ। ତାଙ୍କ ଏହି କୃତିତ୍ୱ ନୂଆପଡ଼ା ଜିଲ୍ଲାର ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha