108
ନୂଆପଡ଼ା -୦୯/୦୯ – ଓଡ଼ିଶା ରାଜନୀତିର ଜଣେ ଲୋକପ୍ରିୟ ଚେହେରା, ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା ନୂଆପଡ଼ାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଆଜି ଗଭୀର ଶ୍ରଦ୍ଧାଞ୍ଜଳି ଓ ସେବା କାର୍ଯ୍ୟ ମଧ୍ୟରେ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଏକ ମହତ ଉଦ୍ଦେଶ୍ୟ ନେଇ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଞ୍ଚଳର ବହୁ ଯୁବକ ତଥା ସ୍ଥାନୀୟ ବାସିନ୍ଦା ସ୍ୱତଃସ୍ଫୂର୍ତ୍ତ ଭାବେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ।
ଉପରୋକ୍ତ ସଭା ରେ ଜିଲ୍ଲାପାଳ ମଧୁସୁଦନ ଦାଶ, ଏନଏସି ଅଧକ୍ଷ ମହମ୍ମଦ ଆଦମ, ନୂଆପଡ଼ା ଏନଏସି ଇଓ ସନ୍ଦିପ ଚନ୍ଦ୍ର କାର, ରାଜେଶ ନିଗମ,ବିଜେଡି ଜିଲ୍ଲା ସଭାପତି ଅବନୀରଞ୍ଜନ ଯୋଷୀ, ନୂଆପଡ଼ା ବ୍ଳକ୍ ଅଧ୍ୟକ୍ଷା ତାରେଶ୍ଵରି ସାହୁ ଧନିରାମ ସାହୁ, କାଳିଆ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝି,ଦୀପିକା ଦୀପ,ହରିଶ୍ଚନ୍ଦ୍ର ପଣ୍ଡା, କ୍ଷମା ନିଆଲ, ପ୍ରମୂଖ ସହ ସଭାରେ ବିପୁଳ ସଂଖ୍ୟା ରେ “ରାଜୁ ଢୋଲକିଆ ପ୍ରେମୀ ଜନତା ଉପସ୍ଥିତ ଥିଲେ । ବକ୍ତାମାନେ କହିଥିଲେ ଯେ, ସ୍ୱର୍ଗତ ଢୋଲକିଆ ଥିଲେ ଜଣେ ଅତ୍ୟନ୍ତ ସରଳ, ଅମାୟିକ, ଭଦ୍ର ଏବଂ ସ୍ପଷ୍ଟବାଦୀ ଜନନେତା। ‘ସେବା ହିଁ ଜୀବନ’କୁ ସେ ନିଜ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରି ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଜନସାଧାରଣଙ୍କ ସୁଖଦୁଃଖ ରେ ସାମିଲ ରହିଥିଲେ। ତାଙ୍କ ମୃତ୍ୟୁରେ ନୂଆପଡ଼ା ତଥା ସମଗ୍ର ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ଘଟିଛି।
ନୂଆପଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନତି, ଗରିବ ଓ ଖଟିଖିଆ ଲୋକଙ୍କ ଅଧିକାର ସୁରକ୍ଷା ହିଁ ତାଙ୍କ ରାଜନୈତିକ ଜୀବନର ପ୍ରମୁଖ ଲକ୍ଷ୍ୟ ଥିଲା। ସେ ସର୍ବଦା ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଆପଣାର କରି ପାରୁଥିଲେ, ଯାହା ତାଙ୍କୁ ଜନମାନସରେ ଚିରସ୍ମରଣୀୟ କରି ରଖିଛି।
ଏ ଅବସର ରେ ଖରିଆର ରୋଡ ଠାରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଢୋଲକିଆ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା ଶିବିରକୁ ବରିଷ୍ଠ ନେତା ପ୍ରଶନ୍ନ ପାଢ଼ୀ ଯୋଗ ଦେଇ ଶୁଭ ଆରମ୍ଭ କରିଥିଲେ ଏ ଅବସର ରେ ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ୍ ଡ଼ାଗା, ଗୋଲ୍ଡୀ ଅଗ୍ରୱାଲ, ମନମିତ୍ ସିଂ, ରାକେଶ ଜୈନ ପ୍ରମୁଖ ସ୍ଵର୍ଗତ ଢୋଲକିଆ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ ଥିଲେ।