62
କୋମନାରେ ବୃକ୍ଷ ଚାରା ବିକ୍ରି କେନ୍ଦ୍ର ଉଦଘାଟିତ : ମାତ୍ର ୧ ଟଙ୍କାରେ ମିଳିବ ୧୦ଟି ଚାରା।
previous post
ନୂଆପଡା -୬/୭-ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଦିଗରେ ଏକ ସକାରାତ୍ମକ ପଦକ୍ଷେପ। କୋମନା ସ୍ଥିତ ୩୫୩ ନମ୍ବର ଜାତୀୟ ରାଜପଥ ସମ୍ମୁଖରେ ଚଳିତ ବର୍ଷ ପାଇଁ ବୃକ୍ଷ ଚାରା ବିକ୍ରି କେନ୍ଦ୍ର ଶୁଭାରମ୍ଭ ହୋଇଯାଇଛି। ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନସାଧାରଣଙ୍କୁ ସ୍ୱଳ୍ପ ମୂଲ୍ୟରେ ଚାରା ଯୋଗାଇଦେବା ପାଇଁ ବନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।ଉଦଘାଟନୀ ଅବସରରେ ବନଖଣ୍ଡ ଅଧିକାରୀ ଶ୍ରୀ ଖାନ କହିଛନ୍ତି ଯେ, ବୃକ୍ଷ ରୋପଣ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କର ପବିତ୍ର କର୍ତ୍ତବ୍ୟ। ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ସମସ୍ତେ ବୃକ୍ଷ ଚାରା ରୋପଣ କରି ନିଜର ସହଯୋଗ ଓ ସହଭାଗିତା ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।ଜନସାଧାରଣଙ୍କୁ ବୃକ୍ଷ ରୋପଣ ପାଇଁ ପ୍ରୋତ୍ସାହିତ କରିବାକୁ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ମାତ୍ର ୧ ଟଙ୍କା ବିନିମୟ ରେ ଗୋଟିଏ ଆଧାର କାର୍ଡ ପ୍ରଦର୍ଶନ କରି ୧୦ ଟି ଚାରା ସଂଗ୍ରହ କରିପାରିବେ। ବିଭିନ୍ନ ସାମାଜିକ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସମ୍ପୂର୍ଣ୍ଣ ମାଗଣାରେ ଚାରା ଯୋଗାଇ ଦିଆଯିବ। ଏହି ଉଦଘାଟନୀ ଉତ୍ସବରେ କୋମନା ବନ ବିଭାଗର ଅଧିକାରୀ ଓ ବନ କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ରେଞ୍ଜର ଦେବଦତ୍ତ ସୂତାର, ଫରେଷ୍ଟର ଗୋପାଳ ମହାନନ୍ଦ, ଗଗନ ବିହାରୀ ହଂସ, ଧର୍ମେନ୍ଦ୍ର ନାରାୟଣ ନାଏକ ଏବଂ ବନ ସୁରକ୍ଷା ଗାର୍ଡ ଉତ୍ତମ ମେହେର, ଶସିଧର ଟାଣି, ବିବେକାନନ୍ଦ ମିର୍ଦ୍ଧା, ସଂଗ୍ରାମ ପ୍ରଧାନ ଓ ବିମ୍ବାଧର ହଂସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।