Home ରାଜ୍ୟଡି.ଏଚ.ଏଚ. ନୂଆପଡ଼ା ରେ ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ର ଡାକ୍ତର ଦଳ ନବଜାତକ ଶିଶୁମାନଙ୍କ ଅନ୍ଧତ୍ତ୍ଵ ଦୂରିକରଣ ପାଇଁ ପ୍ରତିମାସରେ ଚିକିତ୍ସା ଯୋଗାଇବବେ

ଡି.ଏଚ.ଏଚ. ନୂଆପଡ଼ା ରେ ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ର ଡାକ୍ତର ଦଳ ନବଜାତକ ଶିଶୁମାନଙ୍କ ଅନ୍ଧତ୍ତ୍ଵ ଦୂରିକରଣ ପାଇଁ ପ୍ରତିମାସରେ ଚିକିତ୍ସା ଯୋଗାଇବବେ

ଡି.ଏଚ.ଏଚ. ନୂଆପଡ଼ା ରେ ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ର ଡାକ୍ତର ଦଳ ନବଜାତକ ଶିଶୁମାନଙ୍କ ଅନ୍ଧତ୍ତ୍ଵ ଦୂରିକରଣ ପାଇଁ ପ୍ରତିମାସରେ ଚିକିତ୍ସା ଯୋଗାଇବବେ

by Maraguda Express
0 comments

ଡି.ଏଚ.ଏଚ. ନୂଆପଡ଼ା ରେ ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ର ଡାକ୍ତର ଦଳ ନବଜାତକ ଶିଶୁମାନଙ୍କ ଅନ୍ଧତ୍ତ୍ଵ ଦୂରିକରଣ ପାଇଁ ପ୍ରତିମାସରେ ଚିକିତ୍ସା ଯୋଗାଇବବେ l
ନୂଆପଡ଼ା-୧୦/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ନିର୍ଦ୍ଦେଶରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ନବଜାତକ ଶିଶୁ ମାନଙ୍କ ଅନ୍ଧତ୍ତ୍ଵ ଦୂରିକରଣ ପାଇଁ ଏକ ସମୁଚିତ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି l ନିର୍ଦ୍ଧାରିତ ଜନ୍ମ ତାରିଖ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ଏବଂ ଜନ୍ମ୍ ସମୟରେ ଦୁଇ କିଗ୍ରା ତଳେ ଥିବା ବହୁ ଶିଶୁ ମାନଙ୍କ ମଧ୍ୟରୁ ଅନେକଙ୍କ ଦୃଷ୍ଟିଦୋଷ ରହିଥାଏ, ଯାହା ସେମାନଙ୍କୁ ଅନ୍ଧରେ ପରିଣତ କରି ଦିଏ । ଏବେ ସେହିଭଳି ଶିଶୁ ମାନଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ସ୍ୱନାମଧନ୍ୟ ଅନୁଷ୍ଠାନ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ, ଭୁବନେଶ୍ଵର ସହିତ ଯୋଗାଯୋଗ କରିଛନ୍ତି l ପ୍ରତି ମାସରେ ଥରେ ସେଠାରୁ ଚିକିତ୍ସକ ଦଳ ଆସି ଏହିଭଳି ପୀଡ଼ିତ ଶିଶୁ ମାନଙ୍କ ଚକ୍ଷୁ ପରୀକ୍ଷା କରି ଆବଶ୍ୟକ ଔଷଧ ଦେବା ସହିତ ଉପଚାର କରିବେ l ଯେଉଁ ମାନଙ୍କ ଅପରେସନ ଭୁବନେଶ୍ବର ରେ ହେବ, ସେଥିପାଇଁ ଆବଶ୍ୟକ ଖର୍ଚ୍ଚ ଆର୍ ବି ଏସ୍ କେ, ନୂଆପଡ଼ା ଏବଂ ରାଜ୍ଯ ଏନ୍ ଏଚ୍ ଏମ୍ ବହନ କରିବ l ଗତ ନଅ ତାରିଖ ରେ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ରୁ ଚିକିତ୍ସକ ଦଳ ଆସି ସେମାନଙ୍କ ସ୍ଵତନ୍ତ୍ର ଚିକିତ୍ସା ଶିବିର (Retinopathy of premature , ROP) ଆରମ୍ଭ କରିଛନ୍ତି l ଏହି ଶିବିରରେ ସି ଡି ଏମ୍ ଓ, ଡଃ ମନୋଜ କୁମାର ସାହୁ, ଡି ଏମ୍ ଓ ଡଃ ଲଲିତ କୁମାର ବିଶି, ଏ ଡି ପି ଏଚ୍ ଓ ଡଃ ଉମାକାନ୍ତ ମେହେର , ଏ ଡି ପି ଏଚ୍ ଓ ଡଃ ଗୁରୁପ୍ରସାଦ ଜେନା, ଏ ଡି ପି ଏଚ୍ ଓ ଡଃ ତନ୍ମୟ କୁମାର ତ୍ରିପାଠୀ, ଡି ପି ଏମ୍ ଓ ସତ୍ୟ ନାରାୟଣ ତ୍ରିପାଠୀ, ଏଚ୍ ଏମ୍ ସିପ୍ରା ମୟୀ ବିଶ୍ଵାଳ, ଆର୍ ବି ଏସ୍ କେ ମ୍ୟାନେଜର ଫିରୋଜ କୁମାର ବାଗ ଓ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଚିକିତ୍ସକ ଦଳ ଉପସ୍ଥିତ ଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha