77
ଢେକୁନପାନି ବିଦ୍ୟାଳୟରେ ନାଲସା ଆଇନ ସଚେତନତା ଶିବିର:ଆଇନଗତ ଅଧିକାର ଓ ନିଶୁଳ୍କ ଆଇନ ସହାୟତା ସମ୍ପର୍କରେ ସଚେତନ ହେଲେ ଜନସାଧାରଣ।
previous post
ନୂଆପଡ଼ା -୦୫/୧୦- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଆନୁକୂଲ୍ୟରେ ଚାଲୁଥିବା ମେଗା ଡ୍ରାଇଭ୍ ଅନ୍ତର୍ଗତ ସୁନାବେଡ଼ା ଗ୍ରାମ ପଞ୍ଚାୟତର ଢେକୁନପାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାଲସା (NALSA) ପକ୍ଷରୁ ପରିଚାଳିତ ବିଭିନ୍ନ ଆଇନ ସହାୟତା ଯୋଜନା ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟ ପ୍ରକାଶ ମାଝୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ଵର ମାଝୀଙ୍କ ସମେତ ଅନ୍ୟ ଶିକ୍ଷକ ଏବଂ ପ୍ରାଧିକରଣର ଅଧିକାର ମିତ୍ରମାନେ ଯୋଗଦେଇଥିଲେ। ଏହି ଅବସରରେ ସଚିବ ନବନୀତା ଦାଶ ଶିଶୁମାନଙ୍କର ନିଶୁଳ୍କ ଶିକ୍ଷା ଲାଭ କରିବାର ଆଇନଗତ ଅଧିକାର ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଭାବେ ସଚେତନ କରାଇଥିଲେ। ଏଥିସହ ନାଲସା ପକ୍ଷରୁ ପ୍ରଚଳିତ ବିଭିନ୍ନ ଆଇନ ସହାୟତା ଯୋଜନା, ଯଥା ସମ୍ବାଦ ଯୋଜନା, ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ଯୋଜନା ଆଦି ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା।
ସମାଜର ଦୁର୍ବଳ ଓ ଅସହାୟ ବର୍ଗର ଲୋକମାନେ ଯେପରି ନିଜର ଆଇନଗତ ଅଧିକାର ସମ୍ପର୍କରେ ଅବଗତ ହେବା ସହ ଆବଶ୍ୟକ ସମୟରେ ନିଶୁଳ୍କ ଆଇନ ସହାୟତା ପାଇପାରିବେ, ସେନେଇ ଏହି ସଚେତନତା ଶିବିର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି।
ପାଠକଗଣ ଆଇନ ଜାଣନ୍ତୁ, ନିଜ ଅଧିକାରକୁ ସୁରକ୍ଷିତ ରଖନ୍ତୁ। ଆପଣଙ୍କ ପରିବାର, ପଡ଼ୋଶୀ ଓ ସମାଜର ଆବଶ୍ୟକତାରେ ଥିବା ଲୋକଙ୍କୁ ମଧ୍ୟ ନିଶୁଳ୍କ ଆଇନ ସହାୟତା ଓ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାନ୍ତୁ। ଏହି ଖବରଟିକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇ ସଚେତନତାର ଅଭିଯାନରେ ନିଜେ ମଧ୍ୟ ସାମିଲ ହୁଅନ୍ତୁ।