85
ନୂଆପଡ଼ା -୫/୧୦- ଚଳିତମାସ ଆସନ୍ତା ୮ ତାରିଖରେ ସାରା ଓଡ଼ିଶାରେ ବନ୍ଦ ପାଳନ ପାଇଁ ଡାକରା ଦେଇଛି କଂଗ୍ରେସ। MMDR ଆକ୍ଟ ପ୍ରତ୍ୟାହାର, ଭାରତର ମୁଖ୍ୟ ନିର୍ବାଚନ କମିଶନର (CEC)ଙ୍କ ଇସ୍ତଫା ଏବଂ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିବା ନେଇ ନୂଆପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସ୍ଥିତ ପୋଲିସ ପଡ଼ିଆର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତୃବୃନ୍ଦ ଏହି ବନ୍ଦ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ଦଳ ପକ୍ଷରୁ କୁହାଯାଇଛି ଯେ, ବନ୍ଦ ସମୟରେ ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଏବଂ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଜନସାଧାରଣ, ବ୍ୟବସାୟୀ ଓ ବିଭିନ୍ନ ଅନୁଷ୍ଠାନକୁ ଦଳ ପକ୍ଷରୁ ନିବେଦନ କରାଯାଇଛି। ତେବେ ଜରୁରୀ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ଆମ୍ବୁଲାନ୍ସ, ଔଷଧ ଦୋକାନ ଏବଂ ଦମକଳ ଭଳି ଅତ୍ୟାବଶ୍ୟକ ସେବା ସ୍ୱାଭାବିକ ଭାବେ ଚାଲୁ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ନୂତନ ଜିଲ୍ଲା କଂଗ୍ରେସ ସଭାପତି ଅଙ୍କିତ ସିଂଘାଇ, ରାଜ୍ୟ ସାଧାରଣ ସମ୍ପାଦକ ଫକୀର ଜଗତ, ରାଜ୍ୟ ସମ୍ପାଦକ କମଳ ତାଣ୍ଡି, ଜିଲ୍ଲା କଂଗ୍ରେସ ଉପ ସଭାପତି ଭରତ ରାଉତ, ପ୍ରମୁଖ ଉପସ୍ଥିତ ରହି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଏ ଅବସର ରେ ଅନ୍ୟ ମାନକ ମଧ୍ୟରେ ପବନ ଶର୍ମା,ପିଲୁ ରାଉତ ଶହରୁଖ ଖାନ,ପାଶା ମହାନନ୍ଦ, କୁନା ନାୟକ ଓ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ମଧ୍ୟ ସମ୍ମିଳନୀରେ ଉପସ୍ଥିତ ଥିଲେ। ଆସନ୍ତା ୮ ଅକ୍ଟୋବର ୨୦୨୬ ଦିନ ୧୨ ଘଣ୍ଟିଆ ଅଖଚକ “ଓଡ଼ିଶା ବନ୍ଦକୁ” ସଫଳ କରିବା ପାଇଁ ଜିଲ୍ଲାର ଦଳୀୟ କର୍ମୀ ଓ ସମର୍ଥକମାନେ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ବନ୍ଦ ନୂଆପଡ଼ା ଜିଲ୍ଲାରେ କିପରି ପ୍ରଭାବ ପକାଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।