Home ରାଜ୍ୟନୂଆପଡ଼ା–ଛତିଶଗଡ଼ ସମନ୍ୱିତ ବିକାଶ ନେଇ ଆଲୋଚନା।

ନୂଆପଡ଼ା–ଛତିଶଗଡ଼ ସମନ୍ୱିତ ବିକାଶ ନେଇ ଆଲୋଚନା।

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ନୂଆପଡ଼ା ଜିଲ୍ଲା ପ୍ରତିନିଧି ଦଳର ସୌଜନ୍ୟମୂଳକ ସାକ୍ଷାତ।

by Maraguda Express
0 comments
ନୂଆପଡ଼ା -୦୮/୦୮- ଭାରତୀୟ ଜନତା ପାର୍ଟି (ବିଜେପି) ନୂଆପଡ଼ା ଜିଲ୍ଲା ସଭାପତି କମଳେଶ କୁମାର ଦୀକ୍ଷିତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଛତିଶଗଡ଼ର ମାନ୍ୟବର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏହି ପ୍ରତିନିଧି ଦଳରେ ଜିଲ୍ଲା ସାଧାରଣ ସମ୍ପାଦକ ଅଭିନନ୍ଦନ ପଣ୍ଡା, ଅନ୍ୟତମ ଜିଲ୍ଲା ସାଧାରଣ ସମ୍ପାଦକ ତୁଲସ ପଟେଲ ଏବଂ ମଣ୍ଡଳ ସଭାପତି ସଦାନନ୍ଦ ଯୋଶୀ ପ୍ରମୁଖ ସାମିଲ ଥିଲେ।
ନୂଆପଡ଼ା ବିଧାନସଭା ଉପନିର୍ବାଚନ ସମୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଅମୂଲ୍ୟ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ପାଇଁ ପ୍ରତିନିଧି ଦଳ ପକ୍ଷରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ସୀମାନ୍ତ ଅଞ୍ଚଳର ବିକାଶ ପାଇଁ ସ୍ମାରକପତ୍ର ପ୍ରଦାନ :
ସାକ୍ଷାତକାର ସମୟରେ ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳର ସମନ୍ୱିତ ବିକାଶକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏଥିରେ ପ୍ରମୁଖ ଦାବିଗୁଡ଼ିକ ହେଲା:
ପର୍ଯ୍ୟଟନ ସର୍କିଟ୍ : ନୂଆପଡ଼ା–ଛତିଶଗଡ଼କୁ ଯୋଡ଼ି ଏକ ସଂଯୁକ୍ତ ପର୍ଯ୍ୟଟନ ସର୍କିଟ୍ ଗଠନ।
ଭିତ୍ତିଭୂମି ବିକାଶ : ସୀମାନ୍ତ ଅଞ୍ଚଳରେ ସଡ଼କ ଓ ସେତୁ ନିର୍ମାଣର ଉନ୍ନତିକରଣ।
ଜଳ ସଂରକ୍ଷଣ : ଜୋଙ୍କ ନଦୀରେ ଜଳ ସଂରକ୍ଷଣ ଓ ନୂତନ ବ୍ୟାରେଜ୍ ନିର୍ମାଣ।
ଜନଜାତି କଲ୍ୟାଣ: ସୀମାନ୍ତ ଅଞ୍ଚଳର ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ।
ପ୍ରତିନିଧି ଦଳ ଦ୍ୱାରା ଉପସ୍ଥାପିତ ସମସ୍ତ ପ୍ରସ୍ତାବଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଅତ୍ୟନ୍ତ ଗୁରୁତ୍ୱ ସହ ଶୁଣିବା ସହ ସକାରାତ୍ମକ ପଦକ୍ଷେପ ନେବାକୁ ଆଶ୍ୱାସନା ଦେଇଛନ୍ତି। ଦୁଇ ରାଜ୍ୟର ସମନ୍ୱିତ ବିକାଶ ପାଇଁ ସମସ୍ତ ପ୍ରକାର ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। “ଏହି ସାକ୍ଷାତକାର ନୂଆପଡ଼ା ଓ ଛତିଶଗଡ଼ ମଧ୍ୟରେ ରହିଥିବା ଐତିହାସିକ, ସାଂସ୍କୃତିକ ଓ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।” — ବିଜେପି ପ୍ରତିନିଧି ଦଳ

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha