279
ନୂଆପଡ଼ା -୫/୦୬- ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଆନୁକୂଳ୍ୟ ଏବଂ ନୂଆପଡ଼ା ଜିଲ୍ଲା ପ୍ରଶାସନର ସହଯୋଗରେ ବିଶ୍ୱ ପରିବେଶ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଚଳିତ ବର୍ଷର ମୂଳ ମନ୍ତ୍ର ଥିଲା “ପ୍ରକୃତି ପାଇଁ, ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ”।






ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗାୟତ୍ରୀ ପଣ୍ଡା, ଘନଶ୍ୟାମ କରୁଆଁ, ନରେଶ ମେହେର ଓ କ୍ଷୀରୋଦ ବନ୍ଧିଛୋର ଙ୍କୁ ‘ପ୍ରକୃତି ବନ୍ଧୁ’ ସମ୍ମାନ, ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ଲିଜା ଆଚାର୍ଯ୍ୟଙ୍କୁ ‘ପ୍ରକୃତି ମିତ୍ର’ ସମ୍ମାନ ଏବଂ ଖୋଲି ଭିତର ଗ୍ରାମକୁ ‘ପ୍ରକୃତି ଗ୍ରାମ’ ସମ୍ମାନ ପ୍ରଦାନ କରାଯାଇଥିଲା।
