71
ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା କୃତୀ ଛାତ୍ର ଅଭିରୂପ ଦାସ (କ୍ରିକେଟ୍), ଯଶୋବନ୍ତ ପ୍ରଧାନ (କବାଡ଼ି) ଓ ଆଶୁତୋଷ ଚକ୍ରବର୍ତ୍ତୀ (ବ୍ୟାଡମିଣ୍ଟନ) ଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିବା ପାଇଁ କ୍ରୀଡ଼ାଭିତ୍ତିକ କୁଇଜ୍ ସହ ବିଦ୍ୟାଳୟର ଚାରିଟି ହାଉସ୍— ‘ନବସଂକଳ୍ପ’, ‘ନବଉନ୍ମାନ’, ‘ନବପ୍ରଗତି’ ଓ ‘ନବଚେତନା’ ମଧ୍ୟରେ ରୋମାଞ୍ଚକର କବାଡ଼ି ପ୍ରତିଯୋଗିତା ହୋଇଥିଲା। ଶେଷରେ କୃତୀ ବିଜେତା ଓ ଉପବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।
Table of Contents
ନୂଆପଡ଼ା -୨୯/୮ -ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ କ୍ରୀଡ଼ା ପ୍ରତିଭାର ବିକାଶ ଉଦ୍ଦେଶ୍ୟରେ ଖରିଆର ରୋଡସ୍ଥିତ ନବୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମର ଆରମ୍ଭରେ ଭାରତୀୟ ହକିର କିମ୍ବଦନ୍ତୀ, ହକି ଯାଦୁକର, ପଦ୍ମ ବିଭୂଷଣ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ସଦସ୍ୟ ତଥା ପୂର୍ବତନ କ୍ରୀଡ଼ାବିତ୍ ସରୋଜ କୁମାର ସାହୁ (ଭୈରବ) ଯୋଗଦେଇ ମେଜର ଧ୍ୟାନଚାନ୍ଦଙ୍କ ଆଦର୍ଶ ଓ କ୍ରୀଡ଼ାଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ ହେବା ସହ ଏକ ସଶକ୍ତ, ସୁସ୍ଥ ଓ ନିଶାମୁକ୍ତ ଯୁବସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ। ସୁସ୍ଥ ଶରୀର ହିଁ ସଫଳତାର ମୂଳମନ୍ତ୍ର ବୋଲି ଦର୍ଶାଇ ସମସ୍ତଙ୍କୁ ଦୈନିକ କିଛି ସମୟ ବ୍ୟାୟାମ ଓ ଖେଳକୁଦରେ ବିତାଇବାକୁ ପ୍ରେରିତ କରିଥିଲେ।
ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଆସିକ ରହମାନ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ରୀଡ଼ାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଜଣେ ସଫଳ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଏଥିସହ ବିଦ୍ୟାଳୟର କ୍ରୀଡ଼ା ପ୍ରତିଭାଙ୍କ ବିକାଶ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ସୁବିଧା-ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରିନ୍ସିପାଲ୍ ମଧୁସୂଦନ ମୁଣ୍ଡ, ଅଶ୍ୱିନୀ କୁମାର ଭୋଇ, ସୁବାଷ ହୋତା, ଏକାଡେମିକ୍ ଡାଇରେକ୍ଟର ଚନ୍ଦ୍ରଶେଖର ଚନ୍ଦ୍ରକାର, ସୁଜାତା ହୋତା ଓ ବରିଷ୍ଠ ଶିକ୍ଷକ ରଜନୀ ପାତ୍ର ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।
କବାଡ଼ି ପ୍ରତିଯୋଗିତାକୁ ଗୋକୁଳ ଦଣ୍ଡସେନା, କୈଳାଶ ନାଏକ ଓ ଦୟାଲାଲ ନାଏକ ପରିଚାଳନା କରିଥିବା ବେଳେ ନରେନ୍ଦ୍ର ଗାନ୍ଧୀ, ୟୋଗେଶ ସାହୁ ଓ ଲାଲବିହାରୀ ଦାଶ ଧାରାବିବରଣୀ ପ୍ରଦାନ କରିଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ଶାରୀରିକ ଶିକ୍ଷୟିତ୍ରୀ ଅନୀତା ଅଗ୍ରୱାଲଙ୍କ ସହ ଛାତ୍ର ପ୍ରଶାନ୍ତ, ସ୍ୱୟମ, ଅଙ୍କୁଶ, ଆୟୁଷ ଏବଂ ଛାତ୍ରୀ ଆୟୁଷୀ ଓ ଆସ୍ନା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ରାମପ୍ରସାଦ ବନଛୋର, ଅଭିଷେକ ସିଂହ, ସୁରେନ୍ଦ୍ର ସ୍ୱାଇଁ, ପଙ୍କଜ ମହାନନ୍ଦ, ରମେଶ ନାଏକ, ଅତୁଲ ମିଶ୍ର, ତୁଷାର ଛେତ୍ରୀଙ୍କ ସମେତ ଉଭୟ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ।