73
କଳା ଓ ସଂସ୍କୃତି ମାଧ୍ୟମରେ ସଚେତନତାର ବାର୍ତ୍ତା।
ଅଂଶଗ୍ରହଣ କରିଥିବା ପ୍ରମୁଖ ଦଳଗୁଡ଼ିକ ହେଲେ , ସ୍ୱର ଶୃଙ୍ଗାର ସାଂସ୍କୃତିକ ଅନୁଷ୍ଠାନ ଟାନୱାଟ, ଜୟ ଭୈରବ ସାଂସ୍କୃତିକ ଅନୁଷ୍ଠାନ, ଟିକରାପଡ଼ା (ପାଲା), ମା’ ପଳସିପଲେନ ସଞ୍ଚାର ଦଳ, ଚାନ୍ଦୋପଲା,
Table of Contents

ନୂଆପଡ଼ା -୨୫/୬- ନିଶାମୁକ୍ତ ସମାଜ ଗଠନ ଏବଂ ଏକ ସୁସ୍ଥ ଆଦର୍ଶ ଜିଲ୍ଲା ଗଠନ ଦିଗରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ଉପଲକ୍ଷେ “ନିଶା ନୁହେଁ, ଜୀବନ ଚାହୁଁ” ସଂକଳ୍ପ ସହ ଏକ ଭବ୍ୟ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ସଚେତନତା ସଭା ଆୟୋଜିତ ହୋଇଥିଲା।
