86
ଏହି ଲୋକ ଅଦାଲତରେ ବିଭିନ୍ନ ପ୍ରକାର ବିଚାରାଧୀନ ଓ ପ୍ରାକ୍-ମକଦ୍ଦମା ସ୍ତରୀୟ ମାମଲା ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇପାରିବ।
ଏଥିରେ—
ଲୋକ ଅଦାଲତରେ ମାମଲା କିମ୍ବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼େ ନାହିଁ। ଲୋକ ଅଦାଲତରେ ଦିଆଯାଇଥିବା ରାୟ ବୈଧ, ଚୂଡ଼ାନ୍ତ ଓ ଅମଳଯୋଗ୍ୟ ହୋଇଥାଏ।
📌 ତାରିଖ: ୧୨ ସେପ୍ଟେମ୍ବର ୨୦୨୬
Table of Contents
ନୂଆପଡ଼ା – ୦୩/୦୯- ଜାତୀୟ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ, ଶନିବାର ନୂଆପଡ଼ା ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଲୋକ ଅଦାଲତ ଆୟୋଜିତ ହେବ।
ନୂଆପଡ଼ା ଜିଲ୍ଲା କୋର୍ଟ ସମେତ କୋମନା, ଖଡ଼ିଆଳ, ସିନାପାଲି ଓ ବୋଡ଼େନ କୋର୍ଟରେ ମଧ୍ୟ ଏକାସାଙ୍ଗରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ।


