Home ରାଜ୍ୟନୂଆପଡ଼ାରେ କ୍ରୀଡା ଛାତ୍ରାବାସ ରେ ଦାଖଲ ନିମନ୍ତେ ଖେଳକୁଦ ବିଭାଗରେ ବ୍ଳକ ସ୍ତରୀୟ ଚୟନ ପ୍ରକ୍ରୀୟା ଆୟୋଜିତ ।

ନୂଆପଡ଼ାରେ କ୍ରୀଡା ଛାତ୍ରାବାସ ରେ ଦାଖଲ ନିମନ୍ତେ ଖେଳକୁଦ ବିଭାଗରେ ବ୍ଳକ ସ୍ତରୀୟ ଚୟନ ପ୍ରକ୍ରୀୟା ଆୟୋଜିତ ।

by Maraguda Express
0 comments
ନୂଆପଡ଼ା -୧୮/୩ – ଆଜି ନୂଆପଡ଼ା ସଦର ମହକୁମାରେ, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ତଥା ଜିଲ୍ଲାପାଳ, ନୂଆପଡାଙ୍କ ନିର୍ଦ୍ଦେଶାନୁସାରେ ନୂଆପଡାସ୍ଥିତ ପୋଲିସ ପଡିଆରେ କ୍ରୀଡା ଛାତ୍ରାବାସରେ ଦାଖଲ ନିମନ୍ତେ ଖେଳକୁଦ ବିଭାଗରେ ବ୍ଲକ ସ୍ତରୀୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଚୟନ ଶିବିରରେ ନୂଆପଡ଼ା ଜିଲ୍ଲାର ପାଞ୍ଚଗୋଟି ବ୍ଲକ ତ‌ଥା ତିନିଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦର ଶତାଧିକ ଛାତ୍ର ଛାତ୍ରୀ ସଫଳ ଭାବରେ ଭାଗନେଇ ନିଜ ନିଜର କୃତିତ୍ବ ପ୍ରତିପାଦନ କରିଥିଲେ । ଏହି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ କ୍ରୀଡା ଓ ଯୁବ ସେବା ବିଭାଗ ଦ୍ୱାରା ଚୟନ ଶିବିରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବଛାଯାଇ ଜିଲ୍ଲା ସ୍ତରୀୟ ଚୟନ ଶିବିରକୁ ପ୍ରେରଣ କରାଯିବ ଏବଂ ଜିଲ୍ଲା ସ୍ତରର ଶ୍ରେଷ୍ଠ ଖେଳାଳୀ ମାନଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଭା ଚୟନ ଶିବିରରେ ଭାଗ ନେବାପାଇଁ ଆମନ୍ତ୍ରଣ କରାଯିବ। ରାଜ୍ୟ ସ୍ତରରେ ସଫଳତା ହାସଲ କରିବା ଖେଳାଳୀଙ୍କୁ ଓଡ଼ିଶା ରାଜ୍ୟ ସରକାରଙ୍କ କ୍ରୀଡା ଛାତ୍ରାବାସରେ ଖାଲି ଥିବା ସ୍ଥାନରେ ଦାଖଲ କରାଯିବ। ଓଡ଼ିଶା ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଥିବା ଛାତ୍ରାବାସ ମାନଙ୍କରେ ରାଜ୍ୟ ସ୍ତରରେ ଚୟନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଦାଖଲ ନିମନ୍ତେ ରାଜ୍ୟ କ୍ରୀଡା ବିଭାଗ ଉଚିତ ପଦକ୍ଷେପ ଗ୍ରହଣ କରିବେ । ଆଜିର ଚୟନ ଶିବିରରେ ମହତାବ ଆଡ଼ଯୁଆଡ, ସରୋଜ କୁମାର ପ୍ରଧାନ, ରୋହିତ କୁମାର ନାଗ, ସନ୍ତୋଷ କୁମାର ପାଣିଗ୍ରାହୀ, ଶୋଭାରମ ରାଉତ, ଶ୍ରୀମତୀ ନିରୂପମ ପଟେଲ, ଭାରତ ପ୍ରଧାନ ଓ ଅନ୍ୟାନ୍ୟ ଖେଳ ଶିକ୍ଷକ ମାନେ ସାମିଲ ହୋଇ ଶିବିରକୁ ପରିଚାଳନା କରିଥିଲେ I ଆଗାମୀ ତା ୨୨ ମାର୍ଚ୍ଚ ୨୦୨୬ ଦିନ ଖୋ-ଖୋ ଖେଳ ନିମନ୍ତେ ରାଜା ଏଟି ଉଚ୍ଚ ବିଦ୍ୟାଳୟ ଏବଂ ନୂଆପଡ଼ା ସଦର ମହକୁମା ସ୍ଥିତ ପୁଲିସ ପଡିଆରେ ଚୟନ ଶିବିରର ଆୟୋଜନ ହେବ ଓ ତା ୨୫ ମାର୍ଚ୍ଚ ୨୦୨୬ ରିଖ ଦିନ ନୂଆପଡ଼ା ସଦର ମହକୁମା ବାଳିକା ଉଚ୍ଚ ବିଦ୍ୟାଳୟରେ ଭଲିବଲ ଖେଳ ନିମନ୍ତେ ଚୟନ ଶିବିରର ଆୟୋଜନ ହେବାନେଇ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଜଣାଇଛନ୍ତି ଉପରୋକ୍ତ ଖେଳ ମାନଙ୍କରେ ପଞ୍ଜୀକରଣ କରିଥିବ। ଖେଳାଳୀ ମାନେ ସକାଳ ୭.୩୦ ମିନିଟ ସମୟରେ ଶିବିର ସ୍ଥାନକୁ ଆସି ନିଜ ନାମ ଓ ଜନ୍ମ ପ୍ରମାଣ ପତ୍ର ଦାଖଲ ପୂର୍ବକ ଚୟନ ଶିବିରରେ ଯୋଗ ଦେଇ ପାରିବେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha