Home ରାଜ୍ୟନୂଆପଡ଼ାରେ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ବୈଠକ : ଜିନିଂ ମିଲ୍‌ ର ଜମି କିସମ ପରିବର୍ତ୍ତନ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ।

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ବୈଠକ : ଜିନିଂ ମିଲ୍‌ ର ଜମି କିସମ ପରିବର୍ତ୍ତନ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ।

by Maraguda Express
0 comments
ନୂଆପଡ଼ା -୦୪/୦୬- ଜିଲ୍ଲାରେ ଶିଳ୍ପାୟନ ଓ ନିବେଶକୁ ଆଗେଇ ନେବା ପାଇଁ ଏକ ବଡ଼ ପଦକ୍ଷେପ। ଜୁନ୍‌-୨୦୨୬ ମାସ ପାଇଁ ନୂଆପଡ଼ା ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କର୍ତ୍ତୃପକ୍ଷ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ  ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ଉଚ୍ଚସ୍ତରୀୟ ବୈଠକ ବସିଥିଲା।

ଏହି ବୈଠକରେ ଜିଲ୍ଲାର ଶିଳ୍ପ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବିଶେଷ କରି କୋମନା ବ୍ଲକ୍‌ ଅନ୍ତର୍ଗତ ପଲସିପାନି ସ୍ଥିତ ‘ମେସର୍ସ ଯୋଗଲକ୍ଷ୍ମୀ ଜିନିଂ ମିଲ୍’ ପକ୍ଷରୁ ଦାଖଲ କରାଯାଇଥିବା ୧.୬ ଏକର ଜମିର କିସମ ପରିବର୍ତ୍ତନ (ଲ୍ୟାଣ୍ଡ କନଭର୍ସନ) ପ୍ରସ୍ତାବ ଉପରେ ବିସ୍ତୃତ ସମୀକ୍ଷା ହୋଇଥିଲା। ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପରେ କମିଟିର ସଦସ୍ୟମାନେ ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛନ୍ତି। ଉପରୋକ୍ତ
ବୈଠକରେ ଉପସ୍ଥିତ ପ୍ରମୁଖ ଅଧିକାରୀ
ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସାମିଲ ହୋଇଥିଲେ। ସୁର୍ମି ସୋରେନ ଉପଜିଲ୍ଲାପାଳ, ସମୀର ମୁଦୁଲି ମହାପ୍ରବନ୍ଧକ, ଜିଲ୍ଲା ଶିଳ୍ପ କେନ୍ଦ୍ର (ଡି ଆଇ ସି)। ଏହା ସହ ବିଭିନ୍ନ ସମ୍ପୃକ୍ତ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ।
ଜିଲ୍ଲାରେ ନୂତନ ଶିଳ୍ପ ସ୍ଥାପନ ଓ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ସହ ସରକାରୀ ଅନୁମୋଦନ ପ୍ରକ୍ରିୟାକୁ ଅଧିକ ଦ୍ରୁତ, ସରଳ ଏବଂ ସ୍ୱଚ୍ଛ କରିବା ହେଉଛି ଏହି ସିଙ୍ଗଲ୍ ୱିଣ୍ଡୋ ବୈଠକର ମୂଳ ଉଦ୍ଦେଶ୍ୟ। ନିୟମିତ ଭାବେ ଏହି ବୈଠକ ଆୟୋଜନ କରାଯାଇ ଜିଲ୍ଲାରେ ବ୍ୟବସାୟିକ ପରିବେଶ କୁ ଅଧିକ ସୁଦୃଢ଼ କରାଯାଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha