Home ରାଜ୍ୟରାଜ୍ୟ ସରକାରଙ୍କୁ ଉତ୍କଳ ସାମ୍ବାଦିକ ସଂଘର ଚେତାବନୀ: ସାମ୍ବାଦିକଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ପାଇଁ ୬ ଦଫା ଦାବି।

ରାଜ୍ୟ ସରକାରଙ୍କୁ ଉତ୍କଳ ସାମ୍ବାଦିକ ସଂଘର ଚେତାବନୀ: ସାମ୍ବାଦିକଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ପାଇଁ ୬ ଦଫା ଦାବି।

by Maraguda Express
0 comments
ନୂଆପଡ଼ା ୩୦/୪- ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ପୁଣି ଥରେ ସ୍ୱର ଶାଣିତ କରିଛି ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ‘ଉତ୍କଳ ସାମ୍ବାଦିକ ସଂଘ’ ର ନୂଆପଡ଼ା ଜିଲ୍ଲା ଶାଖା। ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ସୁରେଶ ଆଚାରି ଙ୍କ ନେତୃତ୍ବ ରେ ସାମ୍ବାଦିକ ମାନଙ୍କର ବିଭିନ୍ନ ଦୀର୍ଘଦିନର ସମସ୍ୟା ଓ ଦାବି ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ସଂଘ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ  ପ୍ରଦାନ କରିଛି। ସଂଘ ପକ୍ଷରୁ ଦର୍ଶାଯାଇଛି ଯେ, ଗତ ୨୦୨୪ ଫେବୃଆରୀ ମାସରେ ସାମ୍ବାଦିକମାନଙ୍କ ଏକ ବିଶାଳ ସମାବେଶରେ ତତ୍କାଳୀନ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ବର୍ତ୍ତମାନର ସରକାର ଶାସନକୁ ଆସିବାର ଦୁଇ ବର୍ଷ ପୂରଣ ହେବାକୁ ଯାଉଥିଲେ ମଧ୍ୟ, ସାମ୍ବାଦିକଙ୍କ ସୁରକ୍ଷା କିମ୍ବା ଆର୍ଥିକ ଉନ୍ନତି ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ।
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନିମ୍ନଲିଖିତ ଦାବି ଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି:
ଅଧିସ୍ୱୀକୃତି କମିଟିର ପୁନର୍ଗଠନ ସହ ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକମାନଙ୍କୁ ବ୍ୟାପକ ଭାବେ ସରକାରୀ ମାନ୍ୟତା ପ୍ରଦାନ।
କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବଢ଼ୁଥିବା ଆକ୍ରମଣକୁ ରୋକିବା ପାଇଁ ତୁରନ୍ତ ସ୍ୱତନ୍ତ୍ର ‘ସାମ୍ବାଦିକ ସୁରକ୍ଷା ଆଇନ’ ପ୍ରଣୟନ। ୬୦ ବର୍ଷରୁ ଅଧିକ ବୟସ୍କ ସାମ୍ବାଦିକଙ୍କ ପାଇଁ ମାସିକ ୧୫,୦୦୦ ଟଙ୍କାର ପେନସନ ବ୍ୟବସ୍ଥା।
ଭୁବନେଶ୍ୱରଠାରେ ପ୍ରେସ୍ ଏକାଡେମୀ ଗଠନ ସହ ରାଜଧାନୀକୁ ଆସୁଥିବା ସାମ୍ବାଦିକଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ରହଣି ସୁବିଧା।
ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବିମା ଯୋଜନାରେ ଅବସରପ୍ରାପ୍ତ ସାମ୍ବାଦିକ, ସେମାନଙ୍କ ପିତାମାତା ଓ ୨୫ ବର୍ଷରୁ ଅଧିକ ବୟସର ସନ୍ତାନଙ୍କୁ ସାମିଲ କରିବା।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଶୋଚନୀୟ ଅବସ୍ଥା ଅଛି।
ସଂଘ କହିଛି ଯେ, ଉତ୍ତର ପ୍ରଦେଶ, ବିହାର, ଆସାମ ଓ ହରିୟାଣା ଭଳି ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ୧୦ ରୁ ୧୫ ହଜାର ଟଙ୍କାର ପେନସନ ଓ ସୁରକ୍ଷା ଆଇନ ଲାଗୁ ହୋଇସାରିଥିବା ବେଳେ ଓଡ଼ିଶାରେ ସାମ୍ବାଦିକମାନେ ଏବେ ବି ଅବହେଳିତ। ରାଜ୍ୟରେ ହଜାର ହଜାର ସାମ୍ବାଦିକ କାର୍ଯ୍ୟ କରୁଥିବା ବେଳେ ମାତ୍ର କେଇ ଜଣଙ୍କୁ ଅଧିସ୍ୱୀକୃତି ମିଳିବା ଦୁର୍ଭାଗ୍ୟଜନକ।
ରାଜ୍ୟର ସାମ୍ବାଦିକମାନଙ୍କ ଏହି ମୌଳିକ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ସାମ୍ବାଦିକତା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ଏହାର ସୁରକ୍ଷା ଦାୟିତ୍ୱ ସରକାରଙ୍କର। ଗତ କାଲି ର ଏହି ପ୍ରତିବାଦ ସଭା ଓ ଦାବିପତ୍ର ପ୍ରଦାନ ଅବସର ରେ ବରିଷ୍ଠ ସାମ୍ବାଦିକ ଲୋକ ନାଥ ମହାପାତ୍ର, ସୁରେନ୍ଦ୍ର ତିୱାରୀ, ସମ୍ପାଦକ ଦେବାନନ୍ଦ ତାଣ୍ଡି, ଦୀପକ ମିଶ୍ର, ରିତେଶ ରାଠୋର, ସାମ୍ଭ କୁମାର୍ ସରାଫ, ମିନକେତନ ନାୟକ, ଜଗନ୍ନାଥ ସାଗର ଓ ରାଜକିରଣ ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha