Home ରାଜ୍ୟୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ୍ ଇଣ୍ଡିଆ, ନୂଆପଡ଼ା ଶାଖାର ବୈଠକ : ସାଙ୍ଗଠନିକ କାର୍ଯ୍ୟ ସହ ମାଗଣା ଚକ୍ଷୁ ଚିକିତ୍ସା ଶିବିର ନେଇ ଆଲୋଚନା।

ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ୍ ଇଣ୍ଡିଆ, ନୂଆପଡ଼ା ଶାଖାର ବୈଠକ : ସାଙ୍ଗଠନିକ କାର୍ଯ୍ୟ ସହ ମାଗଣା ଚକ୍ଷୁ ଚିକିତ୍ସା ଶିବିର ନେଇ ଆଲୋଚନା।

by Maraguda Express
0 comments

Table of Contents

ନୂଆପଡ଼ା -୧୦/୦୮- କୋମନା ବ୍ଲକ ଅନ୍ତର୍ଗତ ଉଦ୍ୟାନବନ୍ଧ ସ୍ଥିତ କଲ୍ୟାଣ ମଣ୍ଡପଠାରେ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ୍ ଇଣ୍ଡିଆ, ନୂଆପଡ଼ା ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘ ସଭାପତି ଅନିଲ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ସଂଘର ସାଙ୍ଗଠନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ ଦିନରେ ଜନସାଧାରଣଙ୍କ ହିତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସାମ୍ବାଦିକ ସଂଗଠନର ସାମାଜିକ ଦାୟିତ୍ୱକୁ ଆହୁରି ବ୍ୟାପକ କରିବା ଦିଗରେ ଏଭଳି କାର୍ଯ୍ୟକ୍ରମ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।
ବୈଠକରେ ସଂଘର ଉପସଭାପତି ସତୀଶ ଯୋଶୀ, ସମ୍ପାଦକ ଦିଲ୍ଲୀପ ଦଳପତି, ରାଜ୍ୟ ସଂଘ ସମ୍ପାଦକ ବିସିକେଶନ ପଣ୍ଡା, କୋମନା ବ୍ଲକ ସଭାପତି ତେଜୁରାମ ନାଏକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

🕯️ ଯୁବ ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି :

ବୈଠକ ଆରମ୍ଭରେ ନୂଆପଡ଼ା ଜିଲ୍ଲାର ଯୁବ ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଉପସ୍ଥିତ ସମସ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।
ସ୍ୱର୍ଗତ ସିଂ ଦେଓଙ୍କ ବିୟୋଗରେ ବୈଠକରେ ଏକ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା। ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ଆସନ୍ତା ୧୬ ତାରିଖରେ ବୁଦ୍ଧି କୋମନା ସ୍ଥିତ ତାଙ୍କ ବାସଭବନ ରେ ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସାମ୍ବାଦିକଙ୍କ ସାମାଜିକ ଦାୟିତ୍ୱ ଓ ମାନବିକତାର ଏହି ପଦକ୍ଷେପ ସ୍ଥାନୀୟ ମହଲରେ ପ୍ରଶଂସା ପାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha