Home ରାଜ୍ୟସିନାପାଲି ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ମୋଟ ୮୦ ଗୋଟି ଅଭିଯୋଗ ର ଶୁଣାଣୀ।

ସିନାପାଲି ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ମୋଟ ୮୦ ଗୋଟି ଅଭିଯୋଗ ର ଶୁଣାଣୀ।

by Maraguda Express
0 comments

Table of Contents

ନୂଆପଡ଼ା -୧୦/୦୮- ଲୋକଙ୍କ ସମସ୍ୟାର ସିଧାସଳଖ ଓ ତ୍ୱରିତ ସମାଧାନ ପାଇଁ ସିନାପାଲି ବ୍ଲକ ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର।ଏହି ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆମ୍ରିତପାଳ ସିଂ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିବା ସହ ଘଟଣାଗୁଡ଼ିକର ତୁରନ୍ତ ନିଷ୍ପତ୍ତି ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

 🔷 ମୋଟ ଅଭିଯୋଗ: ଶିବିରରେ ସମୁଦାୟ ୮୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ୬୭ଟି ବ୍ୟକ୍ତିଗତ ଓ ୧୩ଟି ସାମୂହିକ।

 🔷 ଆର୍ଥିକ ସହାୟତା ପ୍ରଦାନ : ରେଡକ୍ରସ୍‌ ପାଣ୍ଠିରୁ ମୋଟ ୩୫,୦୦୦ ଟଙ୍କାର ଚେକ୍‌ ବଣ୍ଟନ କରାଯାଇଛି।

   🔷 ଧଜା ରାମ ନିଆଲ, ନରୋତ୍ତମ ମେହେର ଓ ବିଜୟ ଦଳପତିଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ

   🔷 ସସ୍ମିତା ରାଉତଙ୍କୁ ୫,୦୦୦ ଟଙ୍କା

 🔷 ପ୍ରବାସୀ ଶ୍ରମିକ ସଚେତନତା : ଘାଟମାଲ ପଞ୍ଚାୟତର ତାଲାକୋଟ ଗ୍ରାମରେ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ, ସୁରକ୍ଷା ଓ ସରକାରୀ ଯୋଜନା ବିଷୟରେ ସଚେତନ କରାଯାଇଥିଲା।

 🔷 ସ୍ୱତନ୍ତ୍ର ପ୍ରାଣୀ ଚିକିତ୍ସା ଶିବିର : ତାଲାକୋଟରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ଓ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା।

ଏହି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଦ୍ୱାରିକାନାଥ ଶତପଥି, ବନଖଣ୍ଡ ଅଧିକାରୀ ଅଜିଜ ଖାନ, ସିନାପାଲି ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ ଏବଂ ଡେପୁଟି ଜିଲ୍ଲାପାଳ ଶେଖ ନସୀମ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ, ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha