Home ରାଜ୍ୟଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ: “ନିରୋଗ ଜୀବନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ” ।

ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ: “ନିରୋଗ ଜୀବନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ” ।

by Maraguda Express
0 comments
ନୂଆପଡା -୨୧/୬- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଏବଂ ‘ଖଡ଼ିଆଳ ସ୍ୱାସ୍ଥ୍ୟ କ୍ଲବ୍’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ପ୍ରତିଦିନ ଜୀବନରେ ଯୋଗର ଆବଶ୍ୟକତା ରହିଛି । “ଯୋଗ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ପାଇଁ ସୀମିତ ନୁହେଁ, ବରଂ ଏହାକୁ ପ୍ରତ୍ୟେକ ଦିନର ଜୀବନଶୈଳୀରେ ସାମିଲ କରିବା ଉଚିତ। ବର୍ତ୍ତମାନ ସମୟରେ ଦେଖାଯାଉଥିବା ବିଭିନ୍ନ ଅସାଧ୍ୟ ଓ ଭୟଙ୍କର ରୋଗରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ଶ୍ରେଷ୍ଠ ଓ ସହଜ ସମାଧାନ।”
ବୋଲି ଶ୍ରୀ ପଣ୍ଡା, ଅଧ୍ୟକ୍ଷ ପ୍ରକାଶ କରିଥିଲେ।
ଯୋଗ ଓ ପ୍ରାଣାୟାମ ର ପ୍ରଶିକ୍ଷଣ-
ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ଯୋଗଗୁରୁ ଡ଼. ପଦ୍ମଲୋଚନ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଉପସ୍ଥିତ ସମସ୍ତଙ୍କୁ ଯୋଗର ଗୁରୁତ୍ୱ ଓ ମାନବ ଶରୀର ଉପରେ ଏହାର ସୁପ୍ରଭାବ ସମ୍ପର୍କରେ ସୂଚନା ଦେବା ସହ ବିଭିନ୍ନ ପ୍ରକାରର ଯୋଗାସନ ଓ ପ୍ରାଣାୟାମ ର ପ୍ରତ୍ୟକ୍ଷ ଶିକ୍ଷା ପ୍ରଦାନ କରିଥିଲେ।
ଏହି ସ୍ୱାସ୍ଥ୍ୟାନୁକୂଳ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ବିଶ୍ୱଜିତ ପାଢ଼ୀ, ଖଡ଼ିଆଳ ସୁସ୍ଥ ସ୍ୱାସ୍ଥ୍ୟ କ୍ଲବ୍ର ସମସ୍ତ ସଦସ୍ୟ
ଅଧ୍ୟାପିକା ଓ ଅଧ୍ୟାପକ ବୃନ୍ଦ- ଡ଼. ରଣବୀର ସିଂହ, ସୁନିଲ କୁମାର ପାଢୀ, ଡ଼. ଗୀତାଶ୍ରୀ ପ୍ରିୟମ୍ବଦା, ରାଜଲଷ୍ମୀ ରଥ, କ୍ୟାପଟେନ ଡ଼. ଵିଷ୍ଣୁ ଦେବ ସିଂ ମଲ୍ଲିକ, ଡ଼. ସରୋଜ କୁମାର ପଣ୍ଡା, ଡ଼. ସୁରଞ୍ଜନ ପ୍ରଧାନ, ରୂପବନ୍ତ ଭୋଇ, ଗୁଣବନ୍ତ ସାହୁ ଏବଂ ସଦାନନ୍ଦ ସତନାମୀ ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ବିଜୁ ନାଏକ, ରବିନ୍ଦ୍ର ବାଗ, ରାଜିନ କରୁଁଆ ଓ ଚିତ୍ତ ପଟେଲ ପ୍ରମୁଖ ଉପସ୍ଥିତ ରହି ଯୋଗ ଶିବିରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ଶେଷରେ ଅଧ୍ୟାପକ କ୍ୟାପଟେନ ଡ଼. ଵିଷ୍ଣୁ ଦେବ ସିଂ ମଲ୍ଲିକ ସମସ୍ତ ଅତିଥି, ସଦସ୍ୟ ଏବଂ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha