113
ନୂଆପଡ଼ା – ୨୭/୮- ନୂଆପଡ଼ା ନ୍ୟାସନାଲ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ‘ଖେଲୋ ଇଣ୍ଡିଆ ସମ୍ବାଦ’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କ୍ରୀଡାବିତ୍ ସରୋଜ କୁମାର ସାହୁ, କଲେଜ ଅଧ୍ୟକ୍ଷ ହିତେଶ କୁମାର ସାହୁ, ଜିଲ୍ଲା ଯୁବା ଅଧିକାରୀ ଅଙ୍କିତ ଶର୍ମା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ଜାତୀୟ କବାଡ଼ି ଖେଳାଳି ହରିଶ କୁମାର ଅହିର, ଜାତୀୟ ସେବା ଯୋଜନା ଅଧିକାରୀ ହେମାଲ୍ ସା ଏବଂ କ୍ରୀଡ଼ା ଅଧ୍ୟାପକ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବାକୁ ସୋସିଆଲ ମିଡିଆର ସହଯୋଗ।
ଏହି ଅବସରରେ କଲେଜ ଅଧ୍ୟାପକ କପିଲ୍ ଦେବ ପାଣିଗ୍ରାହୀ ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ଜୀବନ ପାଇଁ ଶପଥପାଠ କରାଇଥିଲେ।କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ-ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ସାମିଲ ହୋଇ ‘ଖେଲୋ ଇଣ୍ଡିଆ’ର କ୍ରୀଡ଼ାମୁଖୀ ବାର୍ତ୍ତାକୁ ଆଗେଇ ନେବାର ସଂକଳ୍ପ ନେଇଥିଲେ।