Home ରାଜ୍ୟଜିତାମିତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର’ ସଚେତନତା ଶିବିର ଅନୁଷ୍ଠିତ।

ଜିତାମିତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର’ ସଚେତନତା ଶିବିର ଅନୁଷ୍ଠିତ।

by Maraguda Express
0 comments
ନୂଆପଡ଼ା -୨୭/୦୮- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଅନ୍ତର୍ଗତ ଜିତାମିତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ “ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଏବଂ ସ୍ଥାୟୀ ତୀବ୍ରୀକରଣ” ଯୋଜନା ଆନୁକୂଲ୍ୟରେ ଏକ ଭବ୍ୟ ବିଦ୍ୟାଳୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
​ବିଦ୍ୟାଳୟର ପ୍ରଧାନଶିକ୍ଷକ ନବୀନ କୁମାର ମେହେରଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋମନା ବ୍ଲକ୍ କୃଷି ଅଧିକାରୀ ସଂଗୀତା ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ୍ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ଏବଂ ସ୍ବେଚ୍ଛାସେବୀ ସଂଗଠନ ‘ସିପିଏସଡବ୍ଲୁ’ (CPSW), କେନ୍ଦୁଭଟାର ସମ୍ପାଦକ ବିରଞ୍ଚି ନାରାୟଣ ମହାପାତ୍ର ଉପସ୍ଥିତ ଥିଲେ।
​କୃଷି ବିଜ୍ଞାନ କେନ୍ଦ୍ର (KVK)ର ବୈଜ୍ଞାନିକ ଉମା ପ୍ରଧାନ ଏବଂ ଅନୁଜ କୁମାର ରୟ ମୁଖ୍ୟ ବକ୍ତା (Resource Persons) ଭାବେ ଯୋଗଦେଇ ପାରମ୍ପରିକ ତଥା ଅବହେଳିତ ଫସଲର ପୁଷ୍ଟିଗୁଣ, ସାଂସ୍କୃତିକ ଗୁରୁତ୍ୱ, ସଂରକ୍ଷଣ ଓ ଏହାର ଦୈନନ୍ଦିନ ବ୍ୟବହାର ଉପରେ ବିସ୍ତୃତ ଆଲୋଚନା କରିଥିଲେ।
​କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ :
​ଛାତ୍ରଛାତ୍ରୀଙ୍କ ଉତ୍ସାହ : ବିଦ୍ୟାଳୟର ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଏଥିରେ ସକ୍ରିୟ ଭାବେ ଭାଗ ନେଇଥିଲେ।
​ବିଭିନ୍ନ ପ୍ରତିଯୋଗିତା : ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପାରମ୍ପରିକ ଖାଦ୍ୟ ଲେଖନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
​ଦୃଶ୍ୟ-ଶ୍ରାବ୍ୟ ପ୍ରଦର୍ଶନ : ପାରମ୍ପରିକ ଫସଲ ସମ୍ପର୍କିତ ସଚେତନତାଧର୍ମୀ ଭିଡିଓ ପ୍ରଦର୍ଶନ କରାଯାଇଥିଲା।
​ପାରମ୍ପରିକ ଖାଦ୍ୟ ବିତରଣ : ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଦିଷ୍ଟ ଓ ପୁଷ୍ଟିକର ମାଣ୍ଡିଆ ଅରିଶା ପିଠା ଏବଂ କାଙ୍ଗ ଖିରି ପରଷା ଯାଇଥିଲା।
​FF&NC Scheme DPMU-CPSW କେନ୍ଦୁଭଟାର ଜିଲ୍ଲା ଆକାଉଣ୍ଟାଣ୍ଟ, ସମସ୍ତ ସିଆରପି (CRP) ଏବଂ ଜିତମିତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପାଦିତ ହୋଇଥିଲା। ପରିଶେଷରେ ଜିଲ୍ଲା ସଂଯୋଜକ ସୌମ୍ୟ ପଣ୍ଡା ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
​

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha