23
ନୂଆପଡ଼ା -୨୨/୭- ନୂଆପଡ଼ା ଜିଲ୍ଲାର ଜୋଙ୍କ ଥାନା ପୋଲିସ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ହାସଲ କରିଛି। ପୋଲିସ ୨୧.୫ କେଜି ବ୍ୟବସାୟିକ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତଙ୍କ ନାମ ମୋହିତ ସିନ୍ଦୁର (୨୨)। ସେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳୱେ କଲୋନୀର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଅଞ୍ଚଳର ବଜାରପଡ଼ାରେ ରହୁଥିଲେ। ଗିରଫ ପରେ ତାଙ୍କୁ ଆଇନ ଅନୁଯାୟୀ ସମ୍ମାନନୀୟ ଅଦାଲତରେ ହାଜର କରାଯାଇଛି।ଏହି ଘଟଣାରେ ଜୋଙ୍କ ଥାନା କେସ ନଂ–୨୬୭, ତାରିଖ ୨୨ ଜୁଲାଇ ୨୦୨୬ ରୁଜୁ କରାଯାଇ ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ii)(C) ଅନୁଯାୟୀ ତଦନ୍ତ ଚାଲିଛି।ନୂଆପଡ଼ା ପୋଲିସ ମାଦକ ଦ୍ରବ୍ୟ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିବା ସହ ସାଧାରଣ ଲୋକଙ୍କୁ ଏଭଳି ଅପରାଧ ସମ୍ପର୍କରେ ସୂଚନା ଦେବାକୁ ଆହ୍ୱାନ କରିଛି। ସୂଚନା ଦାତା ଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଉପରୋକ୍ତ ଖବର ପୋଲିସ ବିଭାଗ ପକ୍ଷରୁ ଯାରି ପ୍ରେସ ନୋଟ୍ ରେ ଆଧାରିତ ।