Home ରାଜ୍ୟନୂଆପଡ଼ା ରେ ବେଆଇନ ଖଣି କାରବାର ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର : ଟାସ୍କଫୋର୍ସ ବୈଠକରେ ବଡ଼ ନିଷ୍ପତ୍ତି।

ନୂଆପଡ଼ା ରେ ବେଆଇନ ଖଣି କାରବାର ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର : ଟାସ୍କଫୋର୍ସ ବୈଠକରେ ବଡ଼ ନିଷ୍ପତ୍ତି।

by Maraguda Express
0 comments
ନୂଆପଡ଼ା -୨୩/୦୮- ନୂଆପଡ଼ା ଜିଲ୍ଲାରେ ପ୍ରାକୃତିକ ସମ୍ପଦର ସୁରକ୍ଷା, ରାଜସ୍ୱ ବୃଦ୍ଧି ଏବଂ ବେଆଇନ ଖଣିଜ ଉତ୍ତୋଳନ ଉପରେ ପୂର୍ଣ୍ଣ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ‘ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ’ (DLTF) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ଖଣି ଅଧିକାରୀ ଦିଲୀପ କୁମାର ମହାନା ଆଲୋଚନାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ୨୦ ସୁଦ୍ଧା ମୋଟ ୯୦ଟି ଚଢ଼ାଉ କରାଯାଇ ୪୦ଟି ଯାନବାହନ ଜବତ ହୋଇଛି ଏବଂ ନିୟମ ଉଲ୍ଲଂଘନକାରୀଙ୍କଠାରୁ ₹୩୫,୪୬,୩୧୬ ଜରିମାନା ଆଦାୟ କରାଯାଇଛି।
​ରାଜସ୍ୱ ଆଦାୟର ସ୍ଥିତି: ଜିଲ୍ଲାରେ ୨୦୨୪-୨୫ରେ ₹୨,୯୬,୭୩,୫୫୨ ଏବଂ ୨୦୨୫-୨୬ରେ ₹୨,୦୧,୬୫,୯୮୮ ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ୨୦୨୬-୨୭ ଆର୍ଥିକ ବର୍ଷର ଜୁଲାଇ ୩୧ ସୁଦ୍ଧା ₹୭୦,୨୬,୬୧୯ ଆଦାୟ ହୋଇଛି।
​ଖଣି ଖାଦାନ ନିଲାମ ପ୍ରକ୍ରିୟା: ସ୍ୱଚ୍ଛତା ବଜାୟ ରଖିବା ପାଇଁ ଇ-ଲଟେରୀ ଜରିଆରେ ୮ଟି ବାଲି ଖାଦାନ ଓ ୧୬ଟି ପଥର ଖାଦାନ ସମେତ ସମୁଦାୟ ୨୪ଟି ଖାଦାନ ନିଲାମ ପାଇଁ ପ୍ରସ୍ତୁତ ରହିଛି। ବର୍ଷା ଋତୁ ଯୋଗୁଁ ବର୍ତ୍ତମାନ ବାଲି ଉତ୍ତୋଳନ ସମ୍ପୂର୍ଣ୍ଣ ବନ୍ଦ ରହିଛି।
​ନିୟମ ଖିଲାପକାରୀ କ୍ରସର ସିଲ୍ ପାଇଁ ନିର୍ଦ୍ଦେଶ: ବେଆଇନ ଭାବେ ଚାଲୁଥିବା ଏବଂ ନିୟମ ଉଲ୍ଲଂଘନ କରୁଥିବା କ୍ରସର ୟୁନିଟ୍‌ଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ପଡ଼ିଲେ ସେଗୁଡ଼ିକୁ ସିଲ୍ କରିବାକୁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
​ଏହି ବୈଠକରେ ବନଖଣ୍ଡ ଅଧିକାରୀ ସମୀର କୁମାର ସାହୁ, ଭୂତତ୍ତ୍ୱବିତ୍‌ ସୌମ୍ୟ କୁମାର ମହାପାତ୍ର, ଡେପୁଟି ଏସ୍‌ପି ରମାକାନ୍ତ ଜେନା, ଏମ୍‌ଭିଆଇ ଉପେନ୍ଦ୍ର ପୁସିକାଙ୍କ ସମେତ ଟାସ୍କଫୋର୍ସର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ।
​

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha