387
Table of Contents
ନୂଆପଡ଼ା -୩/୦୬-ନୂଆପଡ଼ା ଜିଲ୍ଲା ଜୋଙ୍କ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଜୋଙ୍କ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଏକ ସଫଳ ଚଢ଼ାଉ କରି ୨୨ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏହି ଚଢ଼ାଉ ସମୟରେ ପୋଲିସ ଲକ୍ଷାଧିକ ଟଙ୍କା ସମେତ ବିପୁଳ ପରିମାଣର ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛି।ଗୁପ୍ତ ସୂଚନା ଆଧାର ରେ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା।ମିଳିଥିବା ସୂଚନା ଅନୁଯାୟୀ, ଜୋଙ୍କ ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ବେଆଇନ ଜୁଆ କାରବାର ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଥିଲା। ଗତ ୨ ଜୁନ ୨୦୨୬ ରାତି ପ୍ରାୟ ୧୦:୧୦ ସମୟରେ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜୋଙ୍କ ଥାନାର ଏସ.ଆଇ. ବିଷ୍ଣୁ ପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ହଠାତ୍ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଘଟଣାସ୍ଥଳରୁ ଦୁଇ ଜଣ ଅଭିଯୁକ୍ତ ଖଡ଼ିଆଳ ରୋଡ୍ ର ଦାଦୁ ଖାନ୍ ଏବଂ ନୂଆପଡ଼ାର ରାଜୁ ଖାନ ଫେରାର ହୋଇଯାଇଥିବା ବେଳେ ୨୨ ଜଣଙ୍କୁ ପୋଲିସ ଗିରଫ କରିବା ରେ ସଫଳ ହୋଇଛି।
ଉପରୋକ୍ତ ସୂଚନା ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂହ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଡିଏସପି ସ୍ଵାଧୀନ ମିଶ୍ର ଓ ଆଇଆସି ପ୍ରଦୀପ କୁମାର ଧରୁଆ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଉପରୋକ୍ତ ସୂଚନା ପ୍ରଦାନ କରିଥିଲେ।ବିପୁଳ ପରିମାଣ ର ନଗଦ ଟଙ୍କା,ମୋବାଇଲ ଓ ବାଇକ ଜବତ।ଜୁଆ ଆଡ୍ଡା ରୁ ପୋଲିସ ଯେଉଁସବୁ ସାମଗ୍ରୀ ଜବତ କରିଛି, ତାହା ନିମ୍ନ ରେ ଦିଆଗଲା। ନଗଦ ଟଙ୍କା – ୩,୫୬,୦୫୫ ଟଙ୍କା (ତିନି ଲକ୍ଷ ଛପନ ହଜାର ପଚାଶ ଟଙ୍କା) ମୋବାଇଲ୍ ଫୋନ୍ ୧୯ ଟି ବିଭିନ୍ନ କମ୍ପାନୀର ସ୍ମାର୍ଟଫୋନ୍, ମୋଟର ସାଇକେଲ୍ ୬ ଟି – ବାଇକ୍ ( ଯାହାର ନମ୍ବର ଗୁଡ଼ିକ ହେଲା- ଓଡି-୨୬ବି-୯୦୩୬, ସିଜି -୨୩କେ- ୪୪୦୨, ସିଜି-୦୪ଏନବି- ୮୨୭୦, ଓଡି-୨୬ଏଫ୍-୭୯୯୫, ସିଜି-୦୬ଜିଜେଡ-୦୨୭୧ ଏବଂ ସିଜି-୦୬ଜିୱାଇ-୭୧୩୯)୦୪ ପ୍ୟାକେଟ ନୂଆ ତାସ।
ଗିରଫ ୨୨ ଅଭିଯୁକ୍ତଙ୍କ ନାମ