86
ନୂଆପଡ଼ା -୨୧.୦୬ – ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିକାଶର ଧାରା ଓଡିଶା ସାରା’ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ‘ପ୍ରକଳ୍ପ ପରିକ୍ରମା’ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଯାଇଛି ।ଜିଲ୍ଲାରେ କାର୍ଯ୍ୟାନ୍ୱିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଜନପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗକୁ ଅବଗତ କରାଇବା ଏହି ପରିକ୍ରମାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ମୁଖ୍ୟ ଉନ୍ନୟନ ଅଧିକାରୀ-କମ୍-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ା ଲମ୍ବୋଦର ଧରୁଆଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଖରିଆର ରୋଡ଼ରେ ନିର୍ମାଣାଧୀନ ଅଟଳ ବସ୍ ଟର୍ମିନାଲ, ମୁଡ଼ାଗାଁର ଆଦର୍ଶ ପୋଖରୀ, ସ୍ମାର୍ଟ ପାର୍କ, ଶ୍ୱେତ ଗଙ୍ଗା ପ୍ରକଳ୍ପ, ହଳଦୀ ପ୍ରକଳ୍ପ ତଥା ନୂଆପଡ଼ାରେ ନିର୍ମାଣାଧୀନ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ କରିଥିଲେ। ଏହି ଅବସରରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ଗୁଣାତ୍ମକ ମାନର ସମୀକ୍ଷା କରାଯାଇଥିଲା।