148
ନୂଆପଡା -୨୫/୭ – ଗତକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପରେ ଆଜି ଶନିବାର ପୂର୍ବାହ୍ଣରେ ସିନାପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିରଳ ସୁନାବେଶ ନୀତି ଅତ୍ୟନ୍ତ ଭକ୍ତିଭାବ ଓ ଆଡ଼ମ୍ବରର ସହିତ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ମନ୍ଦିର ସେବାୟତମାନେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କୁ ସୁନା ଓ ରୂପାର କିରୀଟ, ଓଢ଼ିଆଣୀ, ଶ୍ରୀଭୁଜ, ଶ୍ରୀପୟର, ମାଳି, କମରପଟି, ଚକ୍ର, କୁଣ୍ଡଳ ସମେତ ବିଭିନ୍ନ ଅଲଙ୍କାରରେ ସୁସଜ୍ଜିତ କରିଥିଲେ।

